ନୟନ – କୁମୁଦିନୀ ବେହେରା
କବି ଲେଖୁଥlଇ କଳପନl ନେତ୍ରେ
ହାତରେ କଲମ ଘେନି,
କିସ କାବ୍ଯରୀତି ନୀଳ ନୟନାର
ଅୟନେ ନୟନ ବେନି l୧l
ପାଞ୍ଚି ପଦ ବାକ୍ଯେ ଭାବ କଳ୍ପନାରେ
ପେନ୍ଥା ପେନ୍ଥା ଗୁନ୍ଥି ହାର,
କାବ୍ୟ ରଚିବାକୁ ମୃଗ ନୟନର
କାବ୍ଯ ରୂପୀ ନାୟିକାର l୨l
ଜ୍ୟୋତିର୍ମୟୀ ତୁହି ତୋ ଜ୍ୟୋତିରେ ଦେଖୁ
ସକଳ କରୁ ଚୟନ,
ସେଥିପାଇଁ କିବା ଅଳିକ ସଂସାରେ
ନାମ ପାଇଛୁ ନୟନ l୩l
ଆକୃତିରେ ସିନା ସବୁ ଅଙ୍ଗ ଠାରୁ
ଅଟୁ ତୁହି ଅତି ସାନ,
କରାମତି ତୋର ଦେବେ ଅଗୋଚର
ତୀକ୍ଷ୍ମ ତୋ’ ଅବଲୋକନ l୪l
ଇସାରାରେ ତୋର ହlଣିବୁ ଯେବେ ତୁ
ଯୋଦ୍ଧା ସୁଦ୍ଧା ଯିବେ ଟଳି,
କେତେ ମୁନିରୁଷି ପଣ୍ଡିତ ସନ୍ୟାସୀ
ତୋ’ ଠାରୁ କେ’ ପାରେ ବଳି l୫l
ହୁଅନ୍ତୁ ମାନବ ଅଥବା ଦାନବ
ତୋ’ ଅଳସ ଚାହାଣୀରେ,
ଦେବଙ୍କ ଦେବତ୍ୱ ଲୋପ ପାଇଯିବ
ହାଣିଲା ମାତ୍ରକେ ଥରେ l୬l
ଓଠର ଶବ୍ଦକୁ ଓଠେ କେ’ ଲୁଚାଇ
ନୟନେ ପ୍ରକାଶେ ଯେବେ,
ସେ ଭାଷାର ନିଶା ପାନ ଯେ’ କରିଛି
ଭୁଲି କି’ ପାରିବ କେବେ l୭l
ଭ୍ରୂଲତା ନଚାଇ ଦେଲେ କଥା କହି
ଅଦିନେ ମଳୟ ବହେ,
ଫଗୁଣ ବିହିନେ କୋଇଲିଟା ଆସି
କୁହୁ ତlନେ ଗାଇ ଯାଏ l୮l
ନୟନ ମିଳନ ହୁଏ ଯେଉଁ କ୍ଷଣ
ଅନ୍ତ ହୁଏ ଆଡ଼ରୁଷା,
ନୂତନତା ପଣେ ନିବିଡତା ଆଣେ
ଏହି ନୟନର ଭାଷା l୯l

ସଂସାର ଭିତରେ ଦୁର୍ଲଭ ମଣି ତୁ’
କିଏ ତୋର ସମକକ୍ଷ,
ଚିତ୍ରଗୁପ୍ତ ରୂପେ କର୍ମର ସାକ୍ଷୀ ତୁ’
ସବୁ ଦେଖୁଛୁ ପ୍ରତ୍ୟକ୍ଷ l୧୦l
କୁମୁଦିନୀ ବେହେରା
ଶିକ୍ଷୟିତ୍ରୀ, ଭାଗୀରଥୀ ପୁର୍ ପ୍ରକଲ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅନୁଗୋଳ
ମୋ-୮୯୧୭୩୪୩୬୬୮
ରଚନା : କୁମୁଦିନୀ ବେହେରା
ଠିକଣା : ଶିକ୍ଷୟିତ୍ରୀ, ଭଗୀରଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅନୁଗୁଳ, ମୋ-୮୯୧୭୩୪୩୬୬୮ ଦୂରଭାଷ : ୮୯୧୭୩୪୩୬୬୮
