ନିଷ୍କ୍ରିୟ ପ୍ରେମର ନକ୍ସା – ସିଦ୍ଧେଶ୍ଵର ତ୍ରିପାଠୀ

ଲେଖକ ପରିଚୟ

ସିଦ୍ଧେଶ୍ଵର ତ୍ରିପାଠୀ
ଠିକଣା : କୁଣ୍ଡିଲୋ, କେରଙ୍ଗ, ଖୋରଧା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ନିଷ୍କ୍ରିୟ ପ୍ରେମର ନକ୍ସା

ଏଇମୋ ପ୍ରେମର ଯେତେ ଇସ୍ତାହାର
ସହଜରେ ଜାଳି ଦେଇ
ସାରା ଜୀବନକୁ ସୁଖ ଶିଖରକୁ
ତୁମେକି ପାରିବ ଛୁଇଁ ।

ତୁମେ ଜୀବନର ଏମିତି ଇଲାକା
ଚିହ୍ନଟ କରିଛି ମନ
ଗ୍ରୀଷମ ବସନ୍ତ ଦୁହେଁ ଦୁଇ ସାକ୍ଷୀ
ସ୍ବାକ୍ଷର ଭରା ସେ ଦିନ ।

ଯାହା ମୋର ପ୍ରାପ୍ୟ ପାଇବା ଆଗରୁ
ସେସବୁ ଛଡେଇ ନେଇ
ସାରା ଜୀବନକୁ ସୁଖ ଶିଖରକୁ
ତୁମେକି ପାରିବ ଛୁଇଁ ।

ଲୁହ କୋହ ମୋର ଖାତା ଖତିଆନ
ଲୋକ ନିନ୍ଦା ହେଲା ନିଆଁ
ନିଷ୍ଠୁର ହାକିମ ନୀରବେ ରହିଛି
ଖୋଜେ ପ୍ରମାଣର ଛୁଆଁ ।

ସବୁ ହରେଇ ମୁଁ ହାରିଗଲା ପରେ
ଦିନ ମୋ ଜଳନ୍ତା ଜୁଇ
ସାରା ଜୀବନକୁ ସୁଖ ଶିଖରକୁ
ତୁମେକି ପାରିବ ଛୁଇଁ ।

ସିଦ୍ଧେଶ୍ବର ତ୍ରିପାଠୀ
କୁଣ୍ଡିଲୋ କେରଙ୍ଗ ଖୋର୍ଦ୍ଧା


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ