ରାମନାମ ନଯାଆ ଭୁଲି – ରଙ୍ଗନାଥ ରଥ

ଲେଖକ ପରିଚୟ

ରଙ୍ଗନାଥ ରଥ
ବରଗଡ ବ୍ରିଟ କଲୋନୀ, ଭୁବନେଶ୍ୱର, ଖୋରଧା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ମୂଢ଼ ମନ ଦୃଢ଼େ ଧରି ରାମନାମ ନଯାଆ ଭୁଲି
କୁଢ଼ କୁଢ଼ ପାପ ତୋର
ରୁଢ଼ ପରି ଯିବ ଚାଲି ॥ ୦ ॥

ନାମାମୃତ ପାନ କରି କେତେ ପାପୀ ଗଲେ ତରି
କଳିକାଳେ ଗତି ନାହିଁ
ସେହି ତୋ ପ୍ରାଣ ସଙ୍ଖାଳି ॥ ୧ ॥
ମୂଢ଼ ମନ ଦୃଢ଼େ ଧରି…

ନାମରତ୍ନ ଗଳାମାଳ ପିନ୍ଧି ପକାଅ ସଅଳ
ଯେତେ ପାପ ସବୁ ସିନା
ସେ ନେବ ତାକୁ ସମ୍ଭାଳି ॥ ୨ ॥
ମୂଢ଼ ମନ ଦୃଢ଼େ ଧରି…

ଘନ ଅନ୍ଧାରେ ପ୍ରଦୀପ ରାମନାମ ଥରେ ଜପ
ଜ୍ଞାନାଲୋକ ଉଦେ ହୋଇ
ଯିବ ଅନ୍ତରୁ ଉଛୁଳି ॥ ୩ ॥
ମୂଢ଼ ମନ ଦୃଢ଼େ ଧରି…

ସେ ନାମ କେଡ଼େ ମଧୁର କର୍ଣ୍ଣପୁଟେ ଘେନା କର
ଆନନ୍ଦେ ହୋଇ ବିଭୋର
ପହଞ୍ଚିବୁ ଦିବ୍ୟସ୍ଥଳୀ ॥ ୪ ॥
ମୂଢ଼ ମନ ଦୃଢ଼େ ଧରି ରାମନାମ ନଯାଆ ଭୁଲି…

ଗୀତିକାର – ଶ୍ରୀ ରଙ୍ଗନାଥ ରଥ
ବଡ଼ଗଡ଼ ବ୍ରିଟ୍, ଭୁବନେଶ୍ୱର


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ