ମାଲୋ କରୋନାକୁ କର ଦୂର
???? ମା ଲୋ କରୋନାକୁ କର ଦୂର
=================
ଜଗତ ଜନନୀ ରକ୍ଷା କର ତୁହି
କରୋନା ଯାଉ ଦୂରେଇ
ସାରା ବିଶ୍ୱ ଆଜି ହା -ହା -କାର ମୟ
କରୋନା ଆତଙ୍କ ପାଇଁ l 1l
ସାରା ଦେଶ ଆଜି ଲକଡାଉନ ହୁଏ
ବାହାରକୁ ଯିବା ମନା
କାମ ଦାମ ବନ୍ଦ ଅଫିସ ତ ବନ୍ଦ
ଅନ୍ୟକୁ ଛୁଇଁବା ମନା l 2l
ଏକୋଇଶି ଦିନ ଲକ ଡାଉନ ହେଲା
ପ୍ରଧାନ ମନ୍ତ୍ରୀ ଘୋଷଣା
ଆମର ସୁରକ୍ଷା ଆମ ହାତେ ଅଛି
କରୋନାକୁ କର ମନା l 3l
ସାରା ଦେଶ ବାସୀ ସଜାଗ ହୁଅନ୍ତି
ପୋଲିସ ସୁରକ୍ଷା ଦିଏ
ଟି ଭି ରୁ ସତର୍କ ବାଣୀ ଶୁଣା ଯାଏ
ସାମ୍ବାଦିକ କହୁ ଥାଏ l 4l
ପ୍ରଧାନ ମନ୍ତ୍ରୀ ମୁଖ୍ୟ ମନ୍ତ୍ରୀ ଆମ
କରନ୍ତି ଯେ ନିବେଦନ
ଦେଶ ବାସୀଙ୍କର ସୁରକ୍ଷା ପାଇଁ କି
ଚିନ୍ତାରେ ଯାଉଛି ଦିନ l 5l
ନିଜ ଘରେ ନିଜେ ଟାଣ ଲଷ୍ମଣ ରେଖା
ବାହାରେ ନ ଯିବା ପାଇଁ
ଜରୁରୀ କାମରେ ବାହାରକୁ ଗଲେ
ମୁଖେ ମାକ୍ସ ପିନ୍ଧ ଯାଇ l 6l
ଜୀଵନ ବଞ୍ଚାଇବା ଏକ ମାତ୍ର ଲକ୍ଷ୍ୟ
ଲକଡାଉନ ସେଥିପାଇଁ
ଯିଏ ଯେଉଁଠି ଅଛ ସେଇଠାରେ ଥାଅ
ସୁରକ୍ଷା ତ ନିଜ ପାଇଁ l 7l
ଅଠର ଦିନେ ମହାଭାରତ ଶେଷ
କରୋନା ଏକୋଇଶିରେ
ବିଦାୟ ଦିଅ ମା କରୋନା ବିଶ୍ୱରୁ
ଗୁହାରୀ ଶୁଣ ମୋ ବାରେ l 8l
**********
ବାସନ୍ତୀ ଲତା ଜେନା
ଗାନ୍ଧିନଗର, ନବରଙ୍ଗପୁର l

