ହେ ପ୍ରଭୁ ଚକାନୟନ – ବୀରେନ୍ କୁମାର ବେହେରା

ଲେଖକ ପରିଚୟ

ବିରେନ କୁମାର ବେହେରା
ପୋଷାଇ, ମହାକାଳପଡା, କେନ୍ଦ୍ରାପଡା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ବିପଦ ବେଳାରେ ମନ୍ତ୍ରୀ ବିଧାୟକ,
ଦରମା ଓ ପେନସନ ।
ମୁଖ୍ୟମନ୍ତ୍ରୀଙ୍କର ରିଲିଫ୍ ପାଣ୍ଠିକୁ,
ବିନା ଦ୍ୱିଧାରେ କଲେ ଦାନ ।
ହେ ପ୍ରଭୁ ଚକାନୟନ,
ତୁମ କରୁଣାରୁ ଦାନ କର କିଛି,
ବଞ୍ଚୁ ନିରିହ ଜୀବନ ।।
ତୁମ ଶ୍ରୀମନ୍ଦିର ଆଜି ଖାଁ ଖାଁ,
ଭକତ ଲୁଚିଛି ଘରେ ।
କରୋନାର ବଂଶ ନାଶ କର ପ୍ରଭୁ,
ସୃଷ୍ଟିକୁ ବଞ୍ଚାଅ ବାରେ ।
କରୋନା ହଟିଲା ପରେ,
ଶ୍ରୀମନ୍ଦିରେ ପୁଣି ଲାଗିବ ଗହଳି,
ଚକାଆଖି ଦର୍ଶନରେ ।।
ତୁମେ କୃପାସିନ୍ଧୁ ତୁମେ ଦୀନବନ୍ଧୁ ,
ତୁମେ ପରା ଭକତର ।
କରୋନା ଭୟରେ ତୁମ ଭକ୍ତ ଆଜି,
ଛାଡି ପାରୁନାହିଁ ଘର ।
କୁହ ହେ କଳା ଠାକୁର,
ତୁମେ କି ଚାହଁନା ତୁମ ଭକ୍ତ ଯାଉ,
ତୁମ ସେହି ଶ୍ରୀମନ୍ଦିର ।।

ବୀରେନ୍ କୁମାର ବେହେରା
ପୋଷାଇ, ମହାକାଳପଡା, କେନ୍ଦ୍ରାପଡା
Email- beherabirenkumar65@gmail.com
ଯୋଗାଯୋଗ- 7008793663


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ