ଦଣ୍ଡେ ରହିଯାଅ – ପ୍ରମୋଦ କୁମାର ମହାନ୍ତି

ଲେଖକ ପରିଚୟ

ପ୍ରମୋଦ କୁମାର ମହାନ୍ତି
କଟକ, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଯେତେବେଳେ ମନ ଓ ହୃଦୟ
ମଧ୍ୟରେ ନାହିଁ ତ ସମନ୍ୱୟ
ମନ ତ୍ରସ୍ତ, ହୃଦୟ ଅଥୟ
ଧ୍ୟାନ ଦିଅ: ଦଣ୍ଡେ ରହିଯାଅ ll

ମନ ଚାହେଁ ସୁଯୋଗ ସୁବିଧା
ତା’ ସ୍ୱାର୍ଥରେ ନ ଆସିବ ବାଧା
ହୃଦୟର ଗହଣା ବିବେକ
ବିଚାର ତାହାର ନୀରପେକ୍ଷ ll

ମନ ସଦା ଅସ୍ଥିର ଚଞ୍ଚଳ
ଭାବନାରେ ନାହିଁ ଥଳ କୂଳ
ଦୃଢ଼ ନୁହେଁ ନୀତି ଓ ଆଦର୍ଶ
ଆବେଗ ଓ ଆବେଶର ଦାସ ll

ହୃଦୟ ତ ସ୍ୱଚ୍ଛ ସରୋବର
ନିର୍ମଳ ଭାବନା ସୁଵିଚାର
ସକାରାତ୍ମକ ଯେତେକ ଶକ୍ତି
ପ୍ରତିଫଳିତ ହେଉଥାଆନ୍ତି ll

ମନ ଯେବେ ହେବ ଧ୍ୟାନମଗ୍ନ
ହୃଦୟ ସହ ହେବ ସଂଲଗ୍ନ
ରହିବନି ବାଧା ଅନ୍ତରାୟ
ମଧୁର ହେବ ସେ ସମନ୍ୱୟ ll

ମନ ହୃଦୟ ହେଲେ ଏକତ୍ର
ଖୋଲିଯିବ ଦରଜା ବିଚିତ୍ର
ସଂହତି ସମନ୍ୱୟର ସ୍ୱର
କରିଦେବ ଦ୍ଵିଧା ଦ୍ୱନ୍ଦ୍ୱ ଦୂର ll

ଯେ ପର୍ଯ୍ୟନ୍ତ ଥିବ ତକରାଳ
ମନ ହୃଦୟ ମଧ୍ୟେ କନ୍ଦଳ
କର ନାହିଁ ନିଷ୍ପତ୍ତି ନିର୍ଣ୍ଣୟ
ଧ୍ୟାନ ଦିଅ: ଦଣ୍ଡେ ରହିଯାଅ ll


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ