ଆଣେ ସୁଖ ପସରା – ବି.ନିରୁପମା

ଲେଖକ ପରିଚୟ

ବି.ନିରୁପମା
ମାମୁରିଆ, ଛେଣ୍ଡିପଦା, ଅନୁଗୋଳ | ସଦ୍ୟ ପୋଷ୍ଟ


ହେମନ୍ତର ଆଗମନେ
ପଡ଼ିଲାଣି ଶିଶିର,
ଋତୁରାଜ ଭାଇ ଇଏ
ଖରା ଶୀତ ମିଶିର ।

କ୍ଷେତମାଳେ ଧାନପାଚି
କେରିକେରି ଝୁଲୁଛି,
ଚାଷୀଭାଇ ମନଟା ତ
ଆନନ୍ଦରେ ଫୁଲୁଚି ।

ଗଜଲକ୍ଷ୍ମୀ ପୂଜା ଆଉ
ଦୀପାବଳି ପରବ,
ବଡ଼ଓଷା, ମାଣବସା
ପରା ଆମ ଗରବ ।

ବୋଇତ ବନ୍ଦାଣ ସହ
ଯେ ପ୍ରଥମାଅଷ୍ଟମୀ,
ଆଣିଦିଏ ଆମ ଲାଗି
ଆନନ୍ଦର ବେଷ୍ଟନି ।

ଧିମା-ଧିମା ଖରା ସାଥେ
ଥିରିଥିରି ଶୀତଟି,
ସାଜିଥାଏ ଆମଲାଗି
ସତେ ଯେହ୍ନେ ମିତଟି ।

ୠତୁରାଜ ଭାଇ ଯେଣୁ
ଆଣେ ସୁଖ ପସରା,
ଯେତେ କହିଲେ ତା’ ଗୁଣ
ରହିଯିବ ଅସରା ।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
1 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
ରଙ୍ଗନାଥ ରଥ
ବଣମଲ୍ଲୀ ପାଠକ
ରଙ୍ଗନାଥ ରଥ
1 ବର୍ଷ ପୂର୍ବରୁ

ଧନ୍ୟବାଦ,
ଶରତ ଊତୁର ସୁନ୍ଦର ପସରାଟିଏ ବାଢିଛନ୍ତି।