ନିରାପଦ ମାତୃତ୍ୱ ଆଜିର ଆହ୍ଵାନ

ଲେଖକ ପରିଚୟ

ହାସ୍ୟମୟୀ ରାଜ
ଓରାଳି, ହାଟଡିହି, କେନ୍ଦୁଝର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ପୂଣ୍ୟମୟୀ ମା ସିଏ
ଯିଏ ଦଶ ମାସ ଦଶ ଦିନ
ସନ୍ତାନକୁ ଗର୍ଭରେ ବହେ
ବେଦନାର ବିସ୍ତୃତି ଭିତରୁ ବି
ହସର ସରୁ ରେଖାଟିଏ ଆଙ୍କୁଥାଏ
ତା ସନ୍ତାନ ଯେବେ
ପ୍ରୁଥିବୀର ପ୍ରଥମ ଆଲୋକ ଛୁଏଁ
ସିଏ ପୁଣି ରକ୍ତିମ ତା
କୁନି ଅଧରରେ ଭାଷା ଫୁଟାଏ
ହାତ ଧରି ଚାଲି ଶିଖାଏ
ଆକାଶ ଛୁଇଁବାର ସ୍ବପ୍ନ ଦେଖାଏ
ସେଇ ପୂଣ୍ୟ ଉଚ୍ଚାରଣ
ହୃଦୟ ତନ୍ତ୍ରୀକୁ ପୁଲକିତ କରେ,
ସର୍ବ ଶୁଭ ମନାସିବା ପାଇଁ ସେ
ବାର ଓଷା ତେର ବ୍ରତ ପାଳେ,
ହେଲେ କାହା ଠରୁ
କିଛି କଣ ପ୍ରତିଦାନ ଚାହେଁ ?
ନିଜ କଥା କେବେ ଭାବିଚି କି ସିଏ ??
ଆଜିବି ଦାରିଦ୍ର୍ୟ, ଅଶିକ୍ଷାରେ ସଢେ
ଅନ୍ଧବିଶ୍ୱାସର କଷାଘାତରେ
ପ୍ରାଣ ତାର ଜର୍ଜରିତ ହୁଏ
ଅମୂଲ୍ୟ ଜୀବନ କେବେ
ଅକାଳରେ ଝଡେ ।
କେମିତି ଦେଇପାରିବ ସମାଜକୁ
ଏକ ସୁସ୍ଥ ଓ ସୁନ୍ଦର ସନ୍ତାନ ?
କେମିତି ପୂରଣ ହେବ
ଜାତି ଗଢିବାର ସ୍ବପ୍ନ ??
ସେଇଥିପାଇଁ ତ
ନିରାପଦ ମାତୃତ୍ୱ ଆଜିର ଆହ୍ଵାନ ।
ସେ ତୋଳିବ ନୂତନ ସୃଷ୍ଟିର ସୃଜନ
ଛୁଟାଇବ ପ୍ରେମର ପ୍ଳାବନ
ତା ପିନ୍ଧା କାନି ତ
ସନ୍ତାନ ପାଇଁ ଅଭୟ ପଣତ
ଫାଙ୍କିବାନି ସମୟ ଫାଙ୍କିବାନି ଜୀବନ
ମା ପ୍ରତି ଦାୟିତ୍ୱ ଓ କର୍ତ୍ତବ୍ୟ ହିଁ
ଆମପାଇଁ ସବୁଠୁ ମହାନ୍
ଏହା ହିଁ ତ
ସୁସ୍ଥ ସମାଜ ସ୍ଥାପନର
ଶ୍ରେଷ୍ଠ ନିଦାନ ।।
**********************
ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି, କେନ୍ଦୁଝର ।।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ