ଡରାନା କରୋନା – ଲୀନା ମହାନ୍ତି
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ଡରାନା କରୋନା ଆମକୁ ତୁ ଆଉ,
ହେବୁ ସଚେତନ ବେଳ ଥାଉ ଥାଉ ।।
ତୁ ସିନା ବୁଲୁଛୁ ବାହାରେ ବାହାରେ,
ପୁରାଇ ଦବୁନି ତତେ ଆମ ଘରେ ।।
ଦେଖିବୁ ତୁ ଆମ ଏକତାର ଶକ୍ତି,
ଏକାଠି ନ ହୋଇ ହବୁ ତୋ ଠୁ ମୁକ୍ତି ।।
କେତେ କେତେ ପ୍ରାଣ ନେଲୁଣି ତୁ ଆସି,
ପ୍ରମାଦ ଗଣୁଛୁ ତୋ ଭୟରେ ବସି ।।
ଦବୁନି ସୁଯୋଗ ତତେ ବ୍ୟାପିବାକୁ,
ଆଉ ଏକ ଜୀବନ ନେଇ ଖେଳିବାକୁ ।।
ଧୋଇବୁ ହାତକୁ ଆମେ ବାରମ୍ବାର,
ରଖିବାକୁ ମୂଲ୍ୟ ଆମ ଜୀବନର ।।
ରଖିବୁ ଦୂରତା ସାଙ୍ଗ ମେଳି ବେଳେ
ଦବୁନି ସୁଯୋଗ ଆଉ ତତେ ଥରେ ।।
ଯିବୁ ତୁ ପଳେଇ ଦେଖି ଆମ ସଚେତନ,
ଆମ ହାତେ ଆଜି ଆମରି ଜୀବନ ।।
