ଆଉଥରେ ଫେରିଆସ ତୁମେ – ମୈତ୍ରେୟୀ କମିଳା

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆଉଥରେ ଫେରିଆସ ତୁମେ
ସେଇ ସୁଆଣ୍ଡୋ ଗାଁ ଭାର୍ଗବୀ ନଈ
ଧନ୍ୟହୋଇଥିଲା ସେଦିନ ତୁମକୁ ଜନ୍ମଦେଇ  
ହେ ଯୋଗଜନ୍ମା ମହାପୁରୁଷ ଗୋପବନ୍ଧୁ
ଏ ମାଟିର ସୁଯୋଗ୍ୟ ସନ୍ତାନ
ଧୋତିଚଦରରେ ଆଣ୍ଠୁ ଲୁଚୁନଥିଲା ତୁମେ କିନ୍ତୁ ସେଇଆ ପିନ୍ଧି ପୋଛୁଥିଲ ଲୁହ
ବନ୍ୟା ବାତ୍ୟାରେ ସବୁ କିଛି ହରେଇଥିବା  ଲକ୍ଷ ଲକ୍ଷ ନିରୀହ ଆଖିର
ଆଚାର୍ଯ୍ୟ ହରିହର ,କୃପାସିନ୍ଧୁ, ନୀଳକଣ୍ଠ, ଗୋଦାବରୀଶଙ୍କୁ ପାଇ ଗଢିଥଲ ସତ୍ୟବାଦୀ ବନ ବିଦ୍ୟାଳୟ
ବନ୍ଦୀର ଆତ୍ମକଥା, କାରାକବିତା, ନଚିକେତା
ଫୁଟିଥିଲା ତୁମ ଲେଖନୀ ରୁ
ବିଞ୍ଚୁଥିଲ ସ୍ୱାଧୀନତାର ବାର୍ତା ଜନ ମାନସ ରେ
ସ୍ୱତନ୍ତ୍ରଉତ୍କଳ ପ୍ରଦେଶ  ଗଠନ
ଜାଳୁଥିଲ କେତେ ଯେ ଦେଶପ୍ରେମ ବହ୍ନି
ସେ ହୋଇଥାଉ କାରାଗାର ଅବା ଅସହଯୋଗ ଆନ୍ଦୋଳନ ରେ
ଫେରିଆସ ଆଉଥରେ ଦେଖିଯାଅ ଥରେ
ତୁମ ହାତଗଢା ମାନସ ପୁତ୍ର “ସମାଜ”କୁ ପାଇ କେମିତି
ଗର୍ବରେ ଫୁଲୁଛି ଏ ମାଟି ମାଆ
ମୈତ୍ରେୟୀ କମିଳା, ମୁମ୍ବାଇ

HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ