ଛଳନା – ସିଦ୍ଧେଶ୍ଵର ତ୍ରିପାଠୀ

ଲେଖକ ପରିଚୟ

ସିଦ୍ଧେଶ୍ଵର ତ୍ରିପାଠୀ
ଠିକଣା : କୁଣ୍ଡିଲୋ, କେରଙ୍ଗ, ଖୋରଧା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ତୁମ ପାଖରେ କ’ଣ ଖାସ୍ ଥିଲା
ମୁଁ ଜାଣିନି
ତୁମେ କିନ୍ତୁ ଭଲ ଲାଗ ମୋତେ
କେତେ ଭଲ ଲାଗ
ଏ ସମାଜ କହିପାରିବନି
କହିଲେ କହିବେ
ଏ ସଂସାରେ ଦିନରାତି କରୁଛନ୍ତି ଯିଏ ।

ନଦେଖିବି ତୁମକୁ ଆଖିରେ
ମୁଁ ହଜେଇଥିଲି ମନ
ଭିଜେଇଥିଲି ଆଖି
ମନେମନେ କିଣିଥିଲି ସୁନାର ଫରୁଆ।

ହୋଇଥିଲି ମୋହଗ୍ରସ୍ତ
ଯୌବନରେ କାମିନୀ ଆସକ୍ତ
ଦେଖି ନଥିଲି ଛୁଇଁନଥିଲି ତୁମକୁ
କରିଥିଲି ପ୍ରେମିକ ମନର କିଛି ଭାଵବ୍ୟକ୍ତ ।

ତୁମେ ମୋ ପାଇଁ ହଜି ଥିଲ ଭିଜିଥିଲ ସିଝିଥିଲ
କଥାରେ କଥାରେ
ମୋର କିନ୍ତୁ ସମଦଶା ଥିଲା ଯାହା
ଖାଲି ବାସ୍ତବରେ ।

ଦେଖାହେଲା ଥରେ
ଭିଜିଗଲା ଆଖି ଗୋଟେ ଅପୂର୍ବ ଖୁସିରେ
ଛୁଇଁବାତ ଦୁରେ ଥାଉ
କିଛି କହିପାରିଲିନି
ଭାବ ଆବେଗ ଆଉ ଅନୁରାଗରେ ।

ମୁଁ କିଣି ଥାଆନ୍ତି ନାଲିଜରିପାଟ
ଦିପଟ ଶଙ୍ଖା ଟୋପାଏ ସିନ୍ଦୁର
ବାଲିଘର ଧୋଇଗଲା ପରି
ଧୋଇଗଲା ମୋର ସବୁ ଆଶା
ହଜିଗଲା ସ୍ୱପ୍ନ
ତୁମର ସେ ପଦିଏ କଥାରେ

ସେବେଠୁ
ତୁମେ ନୂଆ ଠିକାଣାରେ
ମୁଁ ବିରହ ରାଜ୍ୟରେ

ସିଦ୍ଧେଶ୍ବର ତ୍ରିପାଠୀ, କୁଣ୍ଡିଲୋ, କେରଙ୍ଗ, ଖୋରଧା


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ