ଚିତ୍ତଚୋରା ଠାକୁର – ରଙ୍ଗନାଥ ରଥ

ଲେଖକ ପରିଚୟ

ରଙ୍ଗନାଥ ରଥ
ବରଗଡ ବ୍ରିଟ କଲୋନୀ, ଭୁବନେଶ୍ୱର, ଖୋରଧା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଚିତ୍ତଚୋରା ଠାକୁର ମୋ ମନଚୋରି କଲୁ
ବାଇଶି ପାହାଚେ ମୋତେ ଗଡ଼ାଇ ମାରିଲୁ ॥ ୦ ॥

ଚୋରିକାମ ଶିଖିଲୁଣି ଦ୍ଵାପର ଯୁଗରୁ
ଦଧିମନ୍ଥା ଲହୁଣୀକୁ ହେଳେ ଚୋରିକରୁ;
ବଇଁଶୀ ବଜାଇ ରାଧା ଲାଜ ହରିନେଲୁ
ଚିତ୍ତଚୋରା ଠାକୁର ମୋ ମନଚୋରି କଲୁ ॥ ୧ ॥

ପିନ୍ଧାବାସ ନେଇଥିଲୁ ଗୋପୀଜନଙ୍କର
ପାଞ୍ଚାଳୀକୁ ଦେଇ କିବା ହୋଇଲୁ ନିଜର;
ମିଛେ ସିନା ଭବେ କୀର୍ତ୍ତି ପତାକା ଟେକିଲୁ
ଚିତ୍ତଚୋରା ଠାକୁର ମୋ ମନଚୋରି କଲୁ ॥ ୨ ॥

ନୀଳାଦ୍ରି କନ୍ଦରେ ରହି ଭରିଲୁ ଭଣ୍ଡାର
ହୃଦ-କପାଟ ଫିଟାଇ ଅତି ଆପଣାର
ରତନଠୁ ବଳି ପ୍ରାଣୀ ପ୍ରାଣ ଲୁଟିନେଲୁ
ଚିତ୍ତଚୋରା ଠାକୁର ମୋ ମନଚୋରି କଲୁ ॥ ୩ ॥

ନିଛାଟିଆ ସ୍ଥାନ ରଖି ସାଗର ମୁଲକେ
ଲୁଚିଥିଲୁ ଧରିନେଲେ ରାଜାର ପାଇକେ
ବଡ଼ଚୋର ଦେଖିବାକୁ ଆମେ ଆସିଥିଲୁ
ଚିତ୍ତଚୋରା ଠାକୁର ମୋ ମନଚୋରି କଲୁ ॥ ୪ ॥
ବାଇଶି ପାହାଚେ ମୋତେ ଗଡ଼ାଇ ମାରିଲୁ ॥

ଗୀତିକାର – ଶ୍ରୀ ରଙ୍ଗନାଥ ରଥ
ବଡ଼ଗଡ଼ ବ୍ରିଟ୍, ଭୁବନେଶ୍ୱର – ୧୮


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ