ଶୀତ ଆସୁଛି – ଡଃ ମାଙ୍ଗଳିକା ମହାପାତ୍ର

ଲେଖକ ପରିଚୟ

ଡକ୍ଟର ମାଙ୍ଗଳିକା ମହାପାତ୍ର
ପ୍ଳଟ ନମ୍ବର - ୩୫୩, ପ୍ରଶାନ୍ତି ବିହାର, କିଟ ବିଶ୍ୱବିଦ୍ୟାଳୟ , ଭୁବନେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଧୀରେ ଧୀରେ ଧୀରେ ଆସୁଛି ଶୀତ
ମଳୟ ପବନ କାନେ ଗାଉଛି ଗୀତ
ମନେ ପଡୁଛ ଗୋ ଆଜି ତୁମେ ମିତ
ମୁଁ ତୁମର ବୋଲି କହିଥିଲ ଯେ ସତ

ଏମିତି ଏକ ଶାନ୍ତ ଶୀତ ସନ୍ଧ୍ୟାରେ
ଯାଉଥିଲି ଯେବେ ଗନ୍ତବ୍ୟ ପଥରେ
ଭେଟିଥିଲି ତୁମକୁ ସାଥୀ ବାଟରେ
କେଜାଣି କେମିତି ଧରା ପଡ଼ିଗଲି
ତୁମ ସମ୍ମୋହନ ଭରା ଚାହାଣୀରେ
ହଜିଗଲି ସେବେଠୁ ତୁମ ପ୍ରୀତିରେ

ଏବେବି ସେଇ ସନ୍ଧ୍ୟାର ଶୀତଳତା
ଆବୋରିଛି ମନକୁ ଦେଇ ନିବିଡ଼ତା
ଏବେବି ଖୋଜୁଛି ସେ ନିସ୍ତବ୍ଧ ରାସ୍ତା
ପାଇବାକୁ ଶୀତରେ ଟିକେ ଉଷ୍ମତା

ପାଖରେ ଥାଅ କି ଥାଅ ଦୂରରେ
ଜାଣେ ମୁଁ ଅଛି ତୁମ ହୃଦୟରେ
ପୂର୍ଣ୍ଣତା ପାଇଛି ଭଲପାଇବାରେ
ରହିଛି,ରହିବି ସଦା ଅପେକ୍ଷାରେ

ଡଃ ମାଙ୍ଗଳିକା ମହାପାତ୍ର
ରେଭେନସା ବିଶ୍ଵବିଦ୍ୟାଳୟ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ