ମା’ର ଆଗମନ – ପବିତ୍ର ଦାସ
ଆକାଶର ଶୁଭ୍ର ନୀଳିମାରେ
ଖଣ୍ଡ ଖଣ୍ଡ ବାଦଲମାନଙ୍କର ପଟୁଆର
ଭାସୁଛନ୍ତି ଦଳଦଳ ହୋଇ
ଆକାଶର ହ୍ରଦରେ ।।
ଏଇ ତ ମନେହେଉଛି ସତେ
ଭୋଦୁଅର ଉପହାର
ମା’ ଆସିବାର ବେଳ ହେଲାଣି ସନିକଟ
ନଦୀ ତଟରେ ହସରୋଳ
ଲାଗିଛି ଦେଖ କାଶତଣ୍ଡୀଙ୍କର ଗହଳ
ସବୁଠି ଚଳଚଞ୍ଚଳ ଦିଶେ
ଗାଁ, ସହର, ବଜାର ଅବା ସାହି ମଣ୍ଡପ
ଦେବୀ ଆରାଧନା ପାଇଁ
ଲାଗିଲାଣି ମେଳ ।।
ଶୁଭ୍ର ସ୍ୱଚ୍ଛ୍ୱ ପରିଧାନରେ
ମା’ ହେବେ ବିରାଜିତ
ଧରଣୀରେ ଲାଗିଯିବ ଆନନ୍ଦ
ହସି ଉଠିବେ ସଂସାରର ମନ
ଗଜ ବେଶରେ ସଂସ୍ଥିତା ସାଜି
ବିନାଶିବେ ମହିଷାସୁରର ପ୍ରାଣ ।।
କଳୁଷ କାଳିମାଭରା ଆଜି ଏ ସଂସାର
ଦୁଃଖ ଦୁର୍ଦ୍ଦଶାରେ ବୁଡିଛନ୍ତି ଜନ
ନିବାରଣ ପାଇଁ ଆଜି ଜନତାର ଦୁଃଖ
ପୃଥିବୀରେ ଦୁର୍ଗା ମା ହୁଅନ୍ତି ପ୍ରକାଶ ।।
ଭୋଦୁଅର ଧୁଃ ଧୁଃ ଖରା
ମା’ର ଜ୍ୱଳାମୁଖୀ ଚେହେରା
ସାଜି ସେ ଦୁଃଖ ବିନାଶିନୀ
ଧରା କରନ୍ତି ଶ୍ୟାମଳା ।।
ଗବେଷକ
ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ
ମୋ- ୯୮୫୩୯୨୬୭୭୫
ରଚନା : ପବିତ୍ର ଦାସ
ଠିକଣା : ହରିଦାସପୁର, ପାଟକୁରା ,କେନ୍ଦ୍ରାପଡା, ଫୋନ ନମ୍ବର : 7008489751
Sent via Google Forms Email
