ଚଉକି – ଷଷ୍ଠୀ ପ୍ରସାଦ ମହାରଣା

ଲେଖକ ପରିଚୟ

ଷଷ୍ଠୀ ପ୍ରସାଦ ମହାରଣା
ବାଳକାଟୀ, ଖୋରଧା, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଆମ ଘରେ ଗୋଟେ ଚଉକି ଥିଲା
ସେଥିରେ ଆମ ଜେଜେବାପା ବସନ୍ତି,
ଆଙ୍ଗୁଠି ଦେଖେଇ ଆଦେଶ ଦିଅନ୍ତି
କେବଳ ମୋତେ ଛାଡି
କାଳେ ମୁଁ ତାଙ୍କର ଭାରି ଗେହ୍ଲା ।

ଏବେ ଜେଜେବାପାଙ୍କ ଚଉକି ଖାଲି
ତାଙ୍କ ଆଦେଶ ବିନା
ଫୁଲ ଫୁଟୁଛି ଆଉ କାହା ବାଡିରେ
ପଡିଶାଘର ଫୁଟଣ ଫୁଟୁଛି
ଆମ ହାଣ୍ଡିଶାଳେ ।

ପୁରୁଣା ଚଉକିରେ ବସିବା ପାଇଁ
ବାପା ହେଉଥିଲେ ସଜ,
ଭିଡୁଥିଲେ ପାଗ,
ଆଦେଶ ଦେବାପାଇଁ
ସକଳଖୁଥିଲେ ଆଙ୍ଗୁଠି
ହେଲେ ! ସେତେବେଳକୁ
ଗୋଡ ଭାଙ୍ଗି ଲେଉଟି ପଡିଥିଲା ଚଉକି !!

ଷଷ୍ଠୀ ପ୍ରସାଦ ମହାରଣା
ବାଳକାଟୀ, ଖୋରଧା, ଓଡିଶା


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
2 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
ଲକ୍ଷ୍ମୀନାରାୟଣ ପଟ୍ଟନାୟକ
ବଣମଲ୍ଲୀ ପାଠକ
ଲକ୍ଷ୍ମୀନାରାୟଣ ପଟ୍ଟନାୟକ
7 ମାସ ପୂର୍ବରୁ

ନିଆରା ସ୍ୱାଦରେ ପରିପୂର୍ଣ୍ଣ

Ranajn Kumar Brahma
ବଣମଲ୍ଲୀ ପାଠକ
Ranajn Kumar Brahma
6 ମାସ ପୂର୍ବରୁ

ଭିନ୍ନ ସ୍ୱାଦର କବିତା ।