ପାନ୍ଥଶାଳା – ତ୍ରିଲୋଚନ ଦାସ

ଲେଖକ ପରିଚୟ

ତ୍ରିଲୋଚନ ଦାସ
ଶ୍ରୀବିହାର, ଖୋରଧା, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଅଜଣା ବାଟୋଇ ଖୋଜେ ପାନ୍ଥଶାଳା
ଦୂରପଥ ଗଲାପରେ,
ନାହିଁଯା’ ଠିକଣା ନାହିଁ ପରିଚୟ
ପାନ୍ଥଶାଳା ତାକୁ ଝୁରେ ॥୦॥

ଜୀବନ ପଥରେ ବାଟ ଚାଲୁ ଚାଲୁ
କେବେ କଣ୍ଟା କେବେ ଫୁଲ,
ବିଚରା ବାଟୋଇ ସାଉଁଟୁଛି ସ୍ମୃତି
ପାନ୍ଥଶାଳାର ମୂଲ
ଅଦିନିଆ ଏଇ ମିଳନ ପରବ
ବାଟୋଇ କି ଭୁଲିପାରେ,
ନାହିଁଯା’ ଠିକଣା ନାହିଁ ପରିଚୟ
ପାନ୍ଥଶାଳା ତାକୁ ଝୁରେ ॥୧॥

ପାନ୍ଥଶାଳା କାନ୍ଥ ପରିଭାଷା ସିଏ
ନୀରବରେ ଯାଏ ପଢି,
ଚିହ୍ନା ଅଚିହ୍ନାରେ କେବେ କା’ ଠିକଣା
ଯାଇଥାଏ ମନେପଡି
ନିଜେ ପ୍ରାଣହୀନ ହୋଇ ପାନ୍ଥଶାଳା
ପଥିକର ମନ ହରେ,
ନାହିଁଯା’ ଠିକଣା ନାହିଁ ପରିଚୟ
ପାନ୍ଥଶାଳା ତାକୁ ଝୁରେ ॥୨॥

ତ୍ରିଲୋଚନ ଦାସ
ଶ୍ରୀବିହାର, ଖୋରଧା, ଓଡିଶା


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
5 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
ରଙ୍ଗନାଥ ରଥ
ବଣମଲ୍ଲୀ ପାଠକ
ରଙ୍ଗନାଥ ରଥ
2 ମାସ ପୂର୍ବରୁ

ଧନ୍ୟବାଦ ଶ୍ରୀମାନ୍ ତ୍ରିଲୋଚନ ମହାଶୟ,
ଏ ଦୁନିଆ ପାନ୍ଥଶାଳାରେ ପ୍ରତି ମାନବ ଜଣେ ଜଣେ ପଥିକ। ପରସ୍ପର ମଧ୍ୟରେ ସୁନ୍ଦର ସମନ୍ଵୟ ରକ୍ଷା କରୁଥିବା ବ୍ୟକ୍ତିବିଶେଷ ସମସ୍ତଙ୍କପାଇଁ ସ୍ମରଣୀୟ ହୋଇଥା’ନ୍ତି। ପରିବର୍ତ୍ତନର ସାମାନ୍ୟ ପ୍ରସ୍ତାବ ―
ପାନ୍ଥଶାଳାର ମୂଲ = ପାନ୍ଥଶାଳା ଦିଏ ମୂଲ

ତ୍ରିଲୋଚନ ଦାସ
ବଣମଲ୍ଲୀ ପାଠକ
ତ୍ରିଲୋଚନ ଦାସ
1 ମାସ ପୂର୍ବରୁ
ଉତ୍ତର ଦିଅନ୍ତୁ  ରଙ୍ଗନାଥ ରଥ

ପ୍ରଣାମ ଆଜ୍ଞା। ଆପଣଙ୍କ ସୁନ୍ଦର ମତାମତ ମୋ’ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। 🙏🙏

ତ୍ରିଲୋଚନ ଦାସ
ବଣମଲ୍ଲୀ ପାଠକ
ତ୍ରିଲୋଚନ ଦାସ
1 ମାସ ପୂର୍ବରୁ
ଉତ୍ତର ଦିଅନ୍ତୁ  ତ୍ରିଲୋଚନ ଦାସ

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା।

ଲକ୍ଷ୍ମୀନାରାୟଣ ପଟ୍ଟନାୟକ
ବଣମଲ୍ଲୀ ପାଠକ
ଲକ୍ଷ୍ମୀନାରାୟଣ ପଟ୍ଟନାୟକ
2 ମାସ ପୂର୍ବରୁ

ମୋ ପସନ୍ଦର କବିତା

ତ୍ରିଲୋଚନ ଦାସ
ବଣମଲ୍ଲୀ ପାଠକ
ତ୍ରିଲୋଚନ ଦାସ
1 ମାସ ପୂର୍ବରୁ

ଧନ୍ୟବାଦ ଭାଇ।🙏🙏