ବୃଦ୍ଧାଶ୍ରମେ ଯାଏ ବାପ – ନରେନ୍ଦ୍ର ପ୍ରସାଦ ବେହେରା
*ବୃଦ୍ଧାଶ୍ରମେ ଯାଏ ବାପ*
ପୁତ୍ର ଜନ୍ମକରି ସୁଖ ଲଭିବାକୁ
ଭାବିଥିଲା ବାପ ମନେ
ସେହି ପୁତ୍ର ଆଜି ସାଜିଵ ଭଗାରୀ
କାନ ଶୁଣିଲା ଅଦିନେ ।।
କାନକୁହା କଥା ଶୁଣି ଶୁଣି ପୁତ୍ର
ବାପକୁ ମାରଇ ମୁଥା
ପୁତ୍ର ବଧୂ ତାର ବସି ଦେଖୁଥାଏ
ଘୁରିଯାଏ ଦେଖି ମଥା ।।
ଜନ୍ମକଲା ପୁଅ ବାପକୁ ନେଇଣ
ବୃଦ୍ଧାଶ୍ରମେ ଛାଡି ଦିଏ
ବୃଦ୍ଧା ବାପାଙ୍କର ସେବା କରିବାକୁ
ମନେ ମନେ ଘୃଣା ପାଏ ।।
ସେହି ବାପ ଦିନେ ଜନ୍ମକରି ତାକୁ
ବଢାଇଥିଲା କୋଳରେ
ତା ‘ ଯତ୍ନର ମୂଲ ପାଇବ ବୋଲିକି
ଭାବି ନଥିଲା ମନରେ ।।
କି କହିବି କଥା ଲାଗେ ମନେ ବ୍ଯଥା
ଆଜିର ସମାଜେ ଏହି
ଘୋର କଳିକାଳ ଘୋଟି ଆସିଲାଣି
ଶୁଣିବାକୁ ନାହିଁ କେହି ।।
*ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର, ମୋ–୯୮୫୩୧୪୨୫୧୦*
