ଶରତେ ସ୍ଵାଗତ – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
• ଶରତେ ସ୍ଵାଗତ
• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା .
• ———- — ୬ . ୧୦ . ୨୦୧୯ — ———-
• ମହାଦେବୀ ତବ ସ୍ଵାଗତ ଗୀତ ରେ
• ଧରା ଉଛୁଳି ପଡୁଛି
• ଦିବାକର କର କରି ପ୍ରସାରିତ
• ଶୁଭ ସକାଳ ଆସିଛି ।।
•
• ଆନନ୍ଦ ଅପାର ସର୍ବେ ତତପର
• ତବ ନିରାଜନା ପାଇଁ
• ଆସ ଦଶଭୁଜା ଉପବିଷ୍ଟ ହୁଅ
• ବେଦୀ ରଖିଛୁ ସଜାଇ ।।
•
• ରତନ ର ବେଦୀ ପ୍ରବାଳ ଚୈ।ହାଦି
• ନକ୍ଷତ୍ର ଖଞ୍ଜା ଚାନ୍ଦୁଆ
• ଧୂପ,ଦୀପ,ଜଳେ ଆଲଟ,ଚାମର
• ଶଂଖ ବଜାଏ ଶଂଖୁଆ ।।
•
• ବୈଦିକ ବ୍ରାହ୍ମଣ ବେଦ ଧ୍ଵନି ସ୍ଵର
• ଓଁକାର ପବିତ୍ର ମନ୍ତ୍ର
• କରଇ ମଗନ ସକଳ ଜୀବନ
• ହୋଇଛନ୍ତି ବିମୋହିତ ।।
•
• ସମର୍ପିତ ସର୍ବେ ତବ ପାଦାଗ୍ରତେ
• ବରଦ ହସ୍ତ ପ୍ରସାରି
• ପାର୍ବଣ ର ଏହି ଶରତ ସକାଳେ
• ଆସ ଦେବୀ ଅବତରୀ ।।
•
• ଧନ,ଧାନ୍ୟ, ଅଷ୍ଟରତ୍ନ,ଅଇଶ୍ଵର୍ଯ୍ୟ
• ସଂପଦ ରେ ଏହି ବିଶ୍ଵ
• ଐଶ୍ୱର୍ଯ୍ୟ ଶାଳିନୀ ହେଉ ଦେବଦେବୀ
• ଲଭି ତୋହର ଆଶିଷ ।।
ରଚନା : ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ପଢିବାକୁ ଭୁଲନ୍ତୁ ନାହିଁ
ଠିକଣା : ମଙ୍ଗଳାଯୋଡି, ଖୋର୍ଦ୍ଧା ଫୋନ ନମ୍ବର :
Sent via Google Forms Email
