ଥୟ ଧରି ଟିକେ ରହ – ବି. ନିରୁପମା

ଲେଖକ ପରିଚୟ

ବି.ନିରୁପମା
ମାମୁରିଆ, ଛେଣ୍ଡିପଦା, ଅନୁଗୋଳ | ସଦ୍ୟ ପୋଷ୍ଟ

ଥୟ ଧରି ଟିକେ ରହ
              ବି.ନିରୁପମା
‘ଲୁସି’ ଲୋ ଏମିତି ଉଚ୍ଛନ୍ନ ହୁଅନା
ଗଛରେ ଦେଉଛି ପାଣି ,
ଫୁଲ ଫୁଟି କେତେ ବାସ ଚହଟୁଛି
ପାରୁନାହୁଁ କିଲୋ ଜାଣି ।
ଖାଲି ମ୍ୟାଉଁ ମ୍ୟାଉଁ କରି ;
ଲାଞ୍ଜ ଟେକି ମୋର ଆଗରେ ପଛରେ
ଯାଉଅଛୁ କିଆଁ ଘୂରି !!
ମାଆ ଯାଇଅଛି ବାହାରକୁ ଏବେ
ସାଥେ ଅଛି ମୋର ‘ଶଶୀ’
ବଗିଚାରେ ଆମେ ପାଣି ଦେଉଅଛୁ
ଦେଖୁଛୁ ତ ମିଳିମିଶି ।
ଥୟ ଧରି ଟିକେ ରହ ;
ଖାଇବାକୁ ତୋତେ ଦେବି ଦୁଧଭାତ
ମିଠା ପାଉଁରୁଟି ସହ ।
ରିଶାନ ଯାଇଛି ଖେଳିବାକୁ ପରା
ତୋ ସାଥିରେ କେହି ନାହିଁ ,
ଖୋଜୁଅଛୁ କିବା ତାକୁ ମନେ ମନେ
ଏଇନେ ଆସିବ ଧାଇଁ ।
ରହ କାମ ଦିଏ ସାରି ;
ଦେହକୁ ତୋହର ଆଉଁଶି ଦେବି ମୁଁ
ଶରଧାରେ ଥିରି ଥିରି ।
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।

HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
2 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
Unknown
ବଣମଲ୍ଲୀ ପାଠକ
2 ବର୍ଷ ପୂର୍ବରୁ

ଚମତ୍କାର କବିତା। ବହୁତ୍ ବଢିଆ।

ସମଭୂ
ବଣମଲ୍ଲୀ ପାଠକ
2 ବର୍ଷ ପୂର୍ବରୁ

କବିତାଟି ଭଲ ଲାଗିଲା।