ବାପା – ଦୁର୍ଗା ମାଧବ ମହାରଣା

ଲେଖକ ପରିଚୟ

ଦୁର୍ଗା ମାଧବ ମହାରଣା
ଚିକିଟି, ଗଂଜାମ, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ବିନା ସର୍ତ୍ତରେ
ଆମର ସବୁ ଦୁଃଖ କଷ୍ଟକୁ
ସୁଖରେ ବଦଳେଇପାରୁଥିବା
ଯାଦୁକରି ମଣିଷଟିଏ ।

ବାପାଙ୍କୁ କା’ସହ ତୁଳନା କରି
ଉପମା ଖୋଜୁ ଖୋଜୁ
ସମୟ ପାଇଲା ନାହିଁ,ଆଉ
ମୁଁ ବାପା ହୋଇଗଲି
ବାପା ଭଳି ମଣିଷଟିଏ।

ତାଙ୍କ ଶେଷ ନିଶ୍ଵାସ ପର୍ଯ୍ୟନ୍ତ
ଆମ ସୁଖ ସ୍ଵାଛନ୍ଦ୍ୟର ଦୀପାଳିଟିରେ
ଅନବରତ ଘିଅ ଢାଳିଦେଉଥିବା
ନିସ୍ଵାର୍ଥପର ମଣିଷଟିଏ।

ଚାଳଛପର କି ଅଟ୍ଟାଳିକା
ବାପା ଥିଲା ଯାଏଁ ହିଁ ,
ତା ପରେ
ନୁଆ ରଂଗ ଚୂନ ବି ଫିକା ଫିକା।

ନିଜେ ବାପା ହେବାପରେ
ବାପାଙ୍କୁ ବେଶୀ ପଡେ
ବାପାପଣିଆ ଜାହିର ରଖିବା
ସ୍ଵତଃ ନା କଣ ?
ସବୁ ଜଣାପଡେ ।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ