ସୁନାପିଲା – ରଞ୍ଜନ କୁମାର ବ୍ରହ୍ମା
ସିଏ ସୁନାପିଲା ଓଡ଼ିଆର
ତା ଲାଗି ପରବ
ବେଶ ପଟୁଆର
ମନ କିଣେ ଜଗତର
ସେ ତ ପରିଚୟ ଓଡ଼ିଶାର ।
ଆମଘର ପିଠାପଣା
ତୁଳସୀ ପଡିଲେ
ମହମହ ବାସେ
ପୋଡ଼ପିଠା ଛେନାପଣା
ଆମଘର ପିଠାପଣା ।
ସେ ତ ଭକତ ଭାବରେ ବନ୍ଧା
ଆମ ପୂଜାଘର
କବାଟ କାନ୍ଥରେ
ନିଜକୁ ରଖିଛି ବନ୍ଧା
ଆମେ ତା’ର ପୂଜାପଣ୍ଡା ।
ସୁନାପିଲା ସୁନା ଗୁଣ
ପାଖରେ ରଖିକି
ଆନନ୍ଦ ବାଣ୍ଟୁଛି
କୁରୁଳି ଉଠୁଛି ମନ
ଦେଖି ତା ଛବି ସପନ ।
ଯେ ଜନ କୁହଇ ସତ୍ୟ
ଶ୍ରବଣ କରୁଛି
ନିତ୍ୟ ଶାସ୍ତ୍ର କଥା
ଦାନରେ ଭୁଷିତ ହସ୍ତ
ସୁନାପିଲା ସୁନା ତା ବେଶ
ହସି କହେ ରଙ୍ଗ ଓଠ ।
ଚିକିଟୀ ଗଡ଼, ଗଞ୍ଜାମ
ଫୋନ୍ ନଂ – ୯୪୩୭୮୫୮୭୮୮
