ଆଧୁନିକ ଡାକଵାଲା – ରୁଦ୍ରରୂପା ବ୍ରହ୍ମା
ଦିନ ଦ୍ବିପହରେ ଜଣେ
କବାଟକୁ ବାଡେଇଲା,
ଛୋଟିଆ ଚିଠିଟେ ଆଣି
ହାତକୁ ମୋ ବଢ଼ାଇଲା ।୧।
ପଚାରିଲି ବାବାଙ୍କୁ ମୁଁ
କିଏ ସେ ଲୋକଟି ଥିଲା,
ଉତ୍ତରରେ କହିଲେ ସେ
ଆଧୁନିକ ଡାକବାଲା ।୨।
ନ ଥିଲା ଖାକି ପୋଷାକ
କାନ୍ଧେ ତାର ଖାକି ମୁଣି,
ସାଇକଲଟି ଯାଇଛି
ଏବେ ଗାଡ଼ିରେ ବଦଳି ।୩।
ମୁଣିରୁ ସେ ଚିଠି କାଢି
ଜମାରୁ ବଢ଼ାଉନାହିଁ,
ଗାଡିର ଡିକିରେ ସବୁ
ରଖି ବୁଲି ଆସେ ସେହି ।୪।
ମୁଣ୍ଡରୁ ହଜିଛି ଟୋପି
ନାହିଁ ସେ ପୁରୁଣା ଠାଣି,
କାମଟି ହୋଇଛି ଏବେ
ସହଜ ସୁବିଧା ପୁଣି ।୫।
ମୋବାଇଲରେ ଜଣାଏ
ସୂଚନାକୁ ଦେଇ,
ସବୁପରା ବଦଳୁଛି
ଆଧୁନିକ ଯୁଗ ଏଇ ।୬।
ଚିକିଟୀ ଗଡ, ଗଂଜାମ
ମୋ ନଂ – ୮୨୪୯୪୮୬୪୫୫
