ସମର୍ପଣ

ଲେଖକ ପରିଚୟ

ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା, କେନ୍ଦୁଝର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

✍???? *ସମର୍ପଣ*✍????
***************
ଚାରି ଅକ୍ଷରରେ ଗଢା ନାମ ତୋର
ଭାବରେ ତୁ ଭାବଗ୍ରାହୀ
ହୃଦୟ ଦେଇ ଯେ କରେ ପ୍ରେମ ତୋତେ
ଦେଉ ଆଶିଷକୁ ବାହି।

ଅଭିନୟ କରି ଅନ୍ତେ ଭାବ ଚାପି
ହୁଏ ଯିଏ ଅନ୍ତରଙ୍ଗ
ତୋ ଶରଧା ବାରି କେବେ ବି ବର୍ଷେନା
ଦେଖେ ନିତ୍ୟ ଅସ୍ତରଙ୍ଗ।

ସେଦିନ ତୋତେରେ ସଖାକୁ ଦ୍ରୌପଦୀ
ଦେଲା ଦୁଇ ହାତ ଟେକି
ଚକିତ ହୋଇଲା କୁରୁସଭା ସ୍ଥଳେ
ଦୁଃଶାସନ ଘର୍ମ ଦେଖି।

ତୋତେ ପ୍ରିୟ କରି ସୁଦାମା ଦରିଦ୍ର
ଅଜ୍ଞାତ ରଖିଲା ଦୁଃଖ
ସ୍ୱାଭିମାନ ଦେଖି ଲୁହଢାଳି ମିତ
ସମର୍ପିଲା ସାରା ସୁଖ।

ଯେଉଁଦିନ ତୋତେ ଦରଦୀ ବନ୍ଧୁଟା
ଆଗ୍ରହେ ଦେବ ବନ୍ଧୁକୁ
ସେ ବନ୍ଧୁ ରଖିବ ତା ମାନ ସମ୍ମାନ
ସ୍ମୃତି ଆଙ୍କି ଭବିଷ୍ୟକୁ।

ମା ପାଖେ ଶିଶୁ ସଦା ତୋତେ ରଖେ
ଦେଇ ଭକ୍ତି ମନ ପ୍ରାଣ
ବଞ୍ଚାଇ ବଢ଼ାଇ ଜ୍ୟେଷ୍ଠ କରିବାକୁ
ଦେଖେ ମା’ କେତେ ସପନ।

ଯେଉଁ ପତ୍ନୀ ତାର ପତିର ହାତରେ
ସରାଗରେ ତୋତେ ଦିଏ
ସର୍ବସ୍ୱ ସୁଖକୁ ତା ଉପରେ ଢାଳି
(ପତି)ପ୍ରତିକ୍ଷଣେ ଭଲ ପାଏ।

ଶିଷ୍ୟ ଭକ୍ତି ପ୍ରେମେ ସର୍ବସ୍ୱକୁ ଯେବେ
ଟେକନ୍ତି ଗୁରୁଙ୍କ ହାତେ
ଗୁରୁ ପ୍ରତିପାଦେ ଢାଳନ୍ତି ଆଶିଷ
(ଶିଷ୍ୟ)ଶ୍ରେଷ୍ଠ ପାଇଁ ଏ ଜଗତେ।

ନିଷ୍ଠା କର୍ମେ ଧର୍ମେ ନିଜକୁ ତୋ ସାଥେ
(ଯିଏ)ଦିଏ ଈଶ୍ୱରଙ୍କୁ ଟେକି
ପ୍ରତି ପଲକରେ ସକଳ ବିପଦ
ଘଉଡାନ୍ତି ଚକା ଆଖି।

ଲାଗେ ସିନା ଏଡ଼େ ବକଟେ ଚିଜ ସେ
ସବୁଠୁ ଦୁର୍ଲଭ ଭାରି
ତ୍ୟାଗ ଗୃହେ ଲୁଚି ବିଶ୍ୱାସ ସାଥିରେ
ପକାଏ ପ୍ରେମର ହୁରି।

ଯାହା ହୃଦୟରେ ଛନ୍ଦ ହିଂସା ଦ୍ଵେଷ
ଲାଗେ ତାକୁ ପଣବନ୍ଦୀ
ଡାକେ ବଞ୍ଚାଅ ହେ ପ୍ରଭୁ ଅଧମକୁ
ଆତୁରରେ କାନ୍ଦି କାନ୍ଦି

✍???? *ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା,କେନ୍ଦୁଝର*✍????


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ