ଜଞ୍ଜାଳ – ଡକ୍ଟର ଶରତ କୁମାର ଚଉଁରୀ

ଲେଖକ ପରିଚୟ

ଡକ୍ଟର ଶରତ କୁମାର ଚଉଁରୀ
ଟିଚର୍ସ କଲୋନୀ, ପିପିଲି, ପୁରୀ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ପ୍ରଭୁ ଜନ୍ମ ଦେଲ ଭାରି ଭଲ କଲ
ଦେଲ କିଆଁ ଏ ଜଞ୍ଜାଳ
ଦିନ ରାତି ଖଟି ସରେନି ପାଇଟି
କିନ୍ତୁ ସରିଯାଏ ବେଳ।
ସଂସାର ଜଞ୍ଜାଳେ ଅଦୃଶ୍ୟ ଅନଳେ
ହୃଦ ହୁଏ ଦଗ୍ଧିଭୂତ
ବିଚରା ସଂସାରୀ କର୍ମକୁ ଆଦରି
କ୍ଲେଶ ଲଭେ ଅପ୍ରମିତ।
ଜୀବନ ଜଞ୍ଜାଳ କରେ ଅସମ୍ଭାଳ
ପରିସ୍ଥିତି ପରିବେ ଶେ
କର୍ମ ସମ୍ପାଦନ ସାଧନେ ସମ୍ମାନ
ପ୍ରାପ୍ତିରେ ମନ ହରଷେ।
ମାନବ ଜୀବନ ଜଞ୍ଜାଳେ ଆଚ୍ଛନ୍ନ
ଅବାଞ୍ଛିତ କର୍ମମୟ
ଅସ୍ତବ୍ୟସ୍ତ ପ୍ରାଣ କରେ ଉଚ୍ଚାରଣ
ହାଏରେ ଜୀବନ ହାୟ।
ଜଞ୍ଜାଳରେ ଗତି ଜଞ୍ଜାଳରେ ମୁକ୍ତି
ଜୀବନ ଜଞ୍ଜାଳ ମୟ
ଧୈଯ୍ୟକୁ ଆୟୁଧ କରି କଲେ ଯୁଦ୍ଧ
ସୁନିଶ୍ଚିତ ହେବ ଜୟ।

ଡ.ଶରତ କୁମାର ଚଉଁରୀ
ସଂ: ଶିଶୁ ଦରବାର
ଟିଚର୍ସ କଲୋନୀ ,ପିପିଲି ,ପୁରୀ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ