ମହିଷା ମର୍ଦ୍ଦିନୀ ମା ଦୁର୍ଗା – ଉର୍ମିଳା ମହାନ୍ତି
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ମହିଷା ମର୍ଦ୍ଦିନୀ ‘ମା’ ଦୁର୍ଗା
ବନ୍ଦଇ ଗୋ ଦୁର୍ଗା ଦେବୀ
ଶଙ୍ଖ ଚକ୍ର ଧାରି,,
ସର୍ବ ପାପ ଧ୍ବଂସ ହୁଏ
ତବ ନାମ ସ୍ମରି,,,,
ବରାଟ ବଦନୀ ‘ମା’ ଗୋ
କମଳ ନୟନି,,
କରାଳ ବଦନୀ କାଳୀ
ମରାଳ ଗାମିନୀ,,,,
ରକ୍ଷା ମାହେଶ୍ଵରୀ ‘ମା’ ଗୋ
ନାମ ନାରାୟଣୀ,,
ତ୍ରୀଭୁବନେଶ୍ବରୀ ମାତ
ଅପ୍ରାତ ଭଞ୍ଜନୀ,,,,
ପ୍ରସନ୍ନ ବଦନୀ ‘ମା’ ଗୋ
ଭକ୍ତି ମୁକ୍ତି ଦାତା,,
ସର୍ବାଗ୍ରେ ପୂଜିତା ଦେବୀ
ସର୍ବତ୍ର ବିଦିତା,,,,
ଆତଙ୍କ କାଳରେ ମାତ
ଯେ କରେ ସ୍ମରଣ,,
ଆତଙ୍କ ନାଶୀନି ଦେବୀ
କର ମୋକ୍ଷ ଦାନ,,,,
କୃପା କଟାକ୍ଷରେ ଚାହିଁ
ଫେଡ ମୋ ଦୁର୍ଗତି,,
ଦୁର୍ଗତି ତାରିଣୀ ନାମ
ଅଟେ ‘ମା’ ଭାରତୀ,,,,
ଅରକ୍ଷିତା ରକ୍ଷା କର
ଦରିଦ୍ର ଶଙ୍ଖାଳୀ,,
ନମସ୍ତେ ‘ମା’ ପାର୍ବତୀ ଗୋ
ନାମ ଭଦ୍ର କାଳୀ,,,,
ନିଶାର୍ଦ୍ଧ ଭ୍ରମଣି ମାତ
ଦୈତ୍ୟ ବିନାଶିନୀ,,
ଦୁଃଖି ଦୁଃଖ ହାରୀ ତୁ ଗୋ
ମହିଷା ମର୍ଦ୍ଦିନୀ,,,,
ଉର୍ମିଳା ମହାନ୍ତି, ଭୁବନେଶ୍ବର ।।
