ଥିମ୍ – ଶ୍ୟାମା କିଙ୍କର ମହାନ୍ତି

ଲେଖକ ପରିଚୟ

ଶ୍ୟାମା କିଙ୍କର ମହାନ୍ତି
କୈବଲ୍ୟ କୁଟୀର, ଯମୁନା ରୋଡ, ମାର୍କଣ୍ଡେଶ୍ଵର ସାହି, ପୁରୀ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

କୋଉଠୁ ଗୋଟେ ପଢ଼ିଥିଲି
କବିତା ଥିବ ମାନେ ଥିମ୍ ଗୋଟେ ଥିବ
ହୃଦୟଟିଏ ଥିଲେ ହିଁ
ପ୍ରେମ ଜିଏଁ
ମେଘଟିଏ ଥିଲେ ହିଁ
ମୟୁର ଆନମନା ହୁଏ ,
ଥିମ୍ ଟିଏ ନ ଥିଲେ
କବିତା କେମିତି ଗଢି ହେବ ?

କବିତା ଲେଖି ବସିଲାବେଳକୁ ରାତି ଏଗାର
ହେଲେ ଥିମ୍ ର ଦେଖା ନ ଥାଏ
ଖାଲି ଯାହା ନିଶୁଆ ସିକ୍ୟୁରିଟି ଗାର୍ଡଟା
ଶୀତରେ କାଙ୍କୁରିକୁଙ୍କୁରି
ବଜାଉଥାଏ ହୁଇସିଲ ,
ସାମ୍ନାଘରେ
ମଦଭାଟିରୁ ଫେରିନଥିବା ସ୍ୱାମୀକୁ
ଅପେକ୍ଷା କରିଥାଏ ମିତା ଭାଉଜ ,
ଆରେ .. ଆରେ ଏତେ ଛୋଟ ଝିଟିପିଟିଟା
ଏତେ ଝଡ଼ିପୋକ କେମିତି ଖାଏ ?

ନା ହେଲାନି ମୋ ଦ୍ୱାରା କବିତା
ସକାଳେ ସବୁ କହିଲି ଗୁରୁଙ୍କୁ
ଧେତ୍ କଣ କଲୁରେ ଚଣ୍ଡାଳ
ତୁ ତାକୁ ଧରି ପାରିଲୁନି କେବଳ ,
ଥିମ୍ ତ କବିର ଚତୁଃପାର୍ଶ୍ଵରେ ହିଁ ଘୁରେ
ତାକୁ କଣ ଖୋଜାଯାଏ ?


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ