ନମସ୍କାର
✍???? *ନମସ୍କାର*✍????
****************
ନୁହଁ ଏକ ସାଧାରଣ ଶବ୍ଦ
ଅବା ଏକ ମାମୁଲି ବିଶେଷ୍ୟ,
ସଂସ୍କାର ଫୁଲ ଚାଙ୍ଗୁଡାର ନିରିମାଖୀ ଫୁଲଟିଏ ସେ
ନାଁ ତାର ନମସ୍କାର
ଅବଶ୍ୟ ଚିରନମସ୍ୟ ।
ନମସ୍ତେ,ଜୁହାର୍,ପ୍ରଣାମ ପୋଷାକ ପିନ୍ଧା ଏକ ସୁନ୍ଦରୀ ଲଳନା
ଯେବେ ବି କରେ ମଥାନତ,
ତା ମଥା ଉପରକୁ ସ୍ୱତଃସ୍ଫୁର୍ତ୍ତ ଉଠିଯାଏ
ଗୁରୁ ଗୁରୁଜନଙ୍କ
ଆଶୀର୍ବାଦର ଲମ୍ବା ହାତ।
ନୁହଁ ଏକ କୃତ୍ରିମ ଅଭିନୟର ଭାବ
ଅବା ସ୍ନେହ ଶୁନ୍ୟ ଛଳନାର ରୁକ୍ଷ ସ୍ୱର,
ପ୍ରେମ କୁଞ୍ଜବନ ପ୍ରଣୟ ମଳୟ ସେ
ଆଚାର ବିଚାରର ସମନ୍ବିତ ମୃଦ୍ୟୁ ସଙ୍ଗମ
ଭକ୍ତିପୂର୍ଣ୍ଣ ସାଧାରଣ ଶିଷ୍ଟାଚାର ।
ଭକ୍ତି ସମ୍ମାନର ଏକ ଶୁଦ୍ଧ ପୁତ ସମ୍ବୋଧନ
ନିଃସ୍ୱାର୍ଥପର ମହାନତା ଦ୍ରୁମ,
ଅହଂ ବଡିମାର ଏକ ପ୍ରତ୍ୟାଶିତ ବିଳାପ ସେ
ପ୍ରଗତି ଉନ୍ନତିର ନିଷ୍କଣ୍ଟକ ବାର୍ତ୍ତାବହ
ନିଷ୍କାମ ହିତକାରୀ ସ୍ବଧର୍ମ ।
ନୁହଁ ଶୁନ୍ୟ ମନ୍ଦିରର ପୂଜା
ଅବା ପୂର୍ଣ୍ଣ ବୈତରଣୀର ବନ୍ୟା,
ସ୍ଥିତପ୍ରଜ୍ଞ ସହନଶୀଳତାର ଉଦାରତା ଟିଏ ସିଏ
ଶୃଙ୍ଖଳିତ ପ୍ରମାଣପତ୍ରର
ସମପ୍ରତିଫଳିତ ମନ ଆଇନା।
✍???? *ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା,କେନ୍ଦୁଝର*✍????
