ନୂଆ ଠିକଣା – ନବକିଶୋର ଦୀପ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

#ନୂଆ ଠିକଣା
ଦେଖିଛ କି ମୋର ଝିଅକୁ ?
ଆଜି ଖାଇ ସାରି
ସ୍କୁଲ ଯାଇଥିଲା
ଏଯାଏଁ ଫେରିନି ,
ଭୁଲିଗଲା କି ସେ ବାଟକୁ ?
ଖୋଜିଛ କି ଯାଇ ?
ଅନ୍ଧାର ଗଳିରେ..
କ୍ୱାଟର୍ସ ଭିତରେ
ରାସ୍ତାକଡ଼ର ନିର୍ଜନ ସ୍ଥାନରେ
ପରିତ୍ୟକ୍ତ କୋଠା ଚଟାଣ ଉପରେ ,
ଘଞ୍ଚ ଜଙ୍ଗଲର ପଥର କୋରଡ଼େ ,
ମଠ ମନ୍ଦିରର ନିବୁଜ କକ୍ଷରେ
ଆଜି କାଲି ତା’ର
ନୂଆ ଠିକଣାରେ …
ଦେଖିଛ କି ମୋର ଝିଅକୁ ?
ଆଜି ଖାଇପିଇ ସିଏ
ଅଫିସକୁ ଗଲା
ରାତି ଏତେ ହେଲା
ଘର ନଫେରିଲା
ଗଲା କି ସେ ଭୁଲି ବାଟକୁ ?
ଖୋଜିଛ କି ଯାଇ ?
ପାଉଁଶ ଗଦାରେ
ପେଟ୍ରୋଲ ନିଆଁର
ଉତ୍ତୁଙ୍ଗ ଶିଖାରେ..
କାର ବସ ଟ୍ରକ
ବନ୍ଦ ଡ଼ାଲାରେ
ଗେଷ୍ଟ ହାଉସର ରଙ୍ଗଶାଳାରେ
ରକ୍ତ ଜୁଡୁବୁଡୁ ବେଡ଼ସିଟ୍ ଉପରେ
ଆଜିକାଲି ତା’ର
ନୂଆ ଠିକଣାରେ …
ଦେଖିଛ କି ମୋର ଝିଅକୁ ?
ଧାର କରଜ କରି
ଦୁଇ ମାସ ତଳେ ବାହା ଦେଇଥିଲି
ଏଯାଏଁ ଆସିନି ବୁଲି ,
ଗଲା କି ସେ ବାଟ ଭୁଲି ?
ଖୋଜିଛ କି ଯାଇ ?
ରୋଷେଇ ଘରର ଗ୍ୟାସ ଗନ୍ଧରେ
ବେଡ୍ ରୁମର ପଙ୍ଖା ଦେହରେ
ମଧ୍ୟପ୍ରଦେଶର ଦଲାଲ ପାଖରେ ,
ଗଣିକାର କେଉଁ ବଦନାମ୍ ଗଳିରେ ,
ଗାଁ ମୁଣ୍ଡ କୁଅ
ଗଭୀର ଜଳରେ
ଆଜିକାଲି ତା’ର
ନୂଆ ଠିକଣାରେ , ଆଜିକାଲି ତା’ର
ନୂଆ ଠିକଣାରେ …

#ନବକିଶୋର ଦୀପ
ବୌଦ୍ଧ
ମୋ : 9937884449


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ