ନିର୍ଭୟାର ଆର୍ତ୍ତ ସ୍ୱର

ଲେଖକ ପରିଚୟ

ବାସନ୍ତୀଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ନିର୍ଭୟାର ଆର୍ତ୍ତ ସ୍ୱର
ବାସନ୍ତୀ ଲତା ଜେନା

ନିର୍ଭୟାର ଆର୍ତ୍ତ ଚିତକାର ସ୍ୱର
ଭୟ କରେ ଥର ହର
ମଣିଷକୁ ଦେଖିଲେ ଲାଗେ ଯେମିତି
ଖାଇଯିବ ସେ ଅସୁର l 1l
ଘରେ ବାହାରେ ସବୁଠି ଭୟ ଆଶଙ୍କା
କମ୍ପିତ ହୁଏ ଅଙ୍ଗ ମୋର
ଏକ ଅହେତୁକ ଭୟ ସୃଷ୍ଟି କରେ
ମରୀଚିକା ବାଲି ଝର l 2l
ମୋତେ ଲାଗେ ମୁଁ ଯେମିତି ମଣିଷ ହୁହେଁ
ଖେଳନା କଣ୍ଡେଇ ଏକ
ମୋ ଦେହରେ ଜୀଵନ ନାହିଁ ନିର୍ଜୀଵ
ନିର୍ଜୀଵ କାଷ୍ଠର କାରକ l 3l
ଆଜି ଦଳିତ ଲାଂଛିତ ନିଷ୍ପେସିତ
ନାୟିକା ମୁଁ କଳଙ୍କିତ
ସମାଜର ଅଲୋଡ଼ା କାଷ୍ଠର ଖେଳନା
ଜୀବ ମୃତ୍ୟୁ କବଳିତ l 4l
ରାସ୍ତାରେ ଗଲେ ଦଳ ଦଳ କୁକୁର
ଗୋଡ଼ାନ୍ତି ଦ୍ରୁତ ଗ୍ରତେ
ଖିନ ଭିନ କରି ଖାଇ ଯାନ୍ତି ମୋର
ରକ୍ତ ମାଂସ ହାଡ଼ କେତେ l 5l
ନିଃଶହl ୟ ହୋଇ ଛାଟି ପିଟି ହୁଏ
ଆର୍ତ୍ତ ଚିତକାର କରେ
କେହି ନ ଶୁଣନ୍ତି ବିକଳ ପ୍ରାର୍ଥନା
ଅନ୍ଧାର ଜୀଵନ ଘାରେ l 6l
ରକ୍ତ ଜୁଡୁ ବୁଡୁ ଶରୀରଟା ମୋର
ବସ୍ତ୍ର ହିନା ହୋଇ ଥାଏ
ହୃଦୟର ଶିରା ପ୍ରଶିରା ଫାଟି ଯାଏ
ମୁଁ ମାଟି ଖେଳନା ଟିଏ l 7l
କୁକୁରଙ୍କ ଠାରୁ ବଞ୍ଚେଇ ପାରେନା
ନିଜ ସଦ୍ୟ ଯୌବନକୁ
ରାମ୍ପୁଡ଼ି କାମୁଡି ଘୋଷାଡ଼ି ଖାଆନ୍ତି
ମୋ ଲୁକାୟିତ ଅଂଶକୁ l 8l
+++++ – ++++
ବାସନ୍ତୀ ଲତା ଜେନା
ଗାନ୍ଧିନଗର, ନବରଙ୍ଗପୁର
ମୋ :8658655979


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ