ସଖୀ – ସିପ୍ରା ନାମତା ନମ୍ରତା

ଲେଖକ ପରିଚୟ

ସିପ୍ରା ନାମତା ନମ୍ରତା
ତୁଳସୀଚୌରା, ବାରିପଦା, ମୟୂରଭଞ୍ଜ | ସଦ୍ୟ ପୋଷ୍ଟ

Read More

ତୁମେ ଆଉ ତୁମେ ହୋଇ ନାହଁ,
ତୁମ ଗଲା ପରେ ତୁମ ସ୍ମୃତି ସବୁ
ପାଲଟି ଯାଇଛି
ପାହାନ୍ତା ତାରା ର ଆଖି ମିଟିକା
ସୁନେଲି ସୂରୂଜ ର ରଙ୍ଗ ମୁରୁଜ
ସବୁଜ ପତର ର ପ୍ରଭାତ କାକଳି
ଖଣ୍ଡିଉଡା କୁ ଥିବା ପକ୍ଷୀ ର କୂଜନ
ଆଉ କାନ୍ଥରେ ହଲୁଥିବା ପେଣ୍ଡୁଲମ ଘଡି ।।

ତୁମ ପରି କେହି ଜଣେ ଲାଗେ ,
ସୁବାସ ର ଭୁରୁ ଭୁରୁ ମହକ ରେ
ଖୋଲିଦିଏ ଆଘ୍ରାଣ ର ବନ୍ଦ କପାଟ କୁ
ଶୀତ ର ମୁଲାୟମ ଖରାରେ
ଦେହ ଲଗ୍ନା ହେବା ପାଇଁ ସ୍ବପ୍ନ ଟିଏ ଦେଖେ
ଜଡ ବାଦୀ ଦୁନିଆ ତ ଭୋଗେ ସୁଖ
କାହା ପାଇଁ ସର୍ବସ୍ୱ ଯେ ଦୁଃଖ ର ଛାତି ଚିରା ଶ୍ବାସ ।।

ବୟସ ବି ସରିଯାଏ ଅପରାନ୍ହ ଛାଇ ସାଥେ
ଦେହର ଦହନ ସାଥେ ନୀରବ ତ
କ୍ଳାନ୍ତ ଶ୍ରାନ୍ତ ମନ ର ଗହନ କୋହ
ନେତ୍ର ପ୍ରାନ୍ତୁ ଝରୁ ଥାଏ
ଅମାନିଆ କେଇ ଟୋପା ଲୁହ
ଛଳନା ଅରଣ୍ୟ ରେ ଆଶା ହଜେ
ଦିଗହରା ବିସ୍ତୀର୍ଣ୍ଣ ପ୍ରାନ୍ତରେ ମରୁ ବାସ ପରି
ସଖୀ ,ତୁମ ପରି ତୁମେ ସିନା ମୁଁ ତ ନୁହେଁ ମୋ ପରି
କେମିତି ବଞ୍ଚିବି କୁହ ସ୍ମୃତି କୁ ପାଥେୟ କରି ??

@ ସିପ୍ରା ନାମତା ନମ୍ରତା
8249850168


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ