ଦିଅ ଭରି ଥାଳ – ନରେନ୍ଦ୍ର ପ୍ରସାଦ ବେହେରା

ଲେଖକ ପରିଚୟ

ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଭିକ୍ଷା ଥାଳ ଧରି   ଭିକ୍ଷା ମାଗିବାକୁ 
      ନାହିଁମୋ ମନରେ ଭୟ
ବାରଦ୍ଵାର ବୁଲି   ତୋର ନାମ ଗାଇ
       କରୁଥିବି ଜୟ ଜୟ ।
ମାଗୁନାହିଁ ଧନ   ରୂପ ଯୌବନ ମୁଁ
       ମାଗୁଛି କରୁଣା ଟିକେ
କହରେ କାଳିଆ   ତୁ ବଡ଼ ଛଳିଆ
       କାହିଁକି ମୁଁ ଆଜି ଡାକେ ।
ଭିକାରୀ କରିବା  ଥିଲା ଯେବେ ଇଚ୍ଛା
       କରିନାହିଁ  ଅଭିମାନ
ତଥାପି କହୁଛି   ଆହେ ମହାପ୍ରଭୁ
      ତୁମେ ମୋର ଭଗବାନ ।
ମୋ ଭାଗ୍ଯ ଆକାଶେ ଉଇଁବନି କେବେ
         ସକାଳ ସୂରୁଯ ସେହି
ଜାଣିଛି ଆଜି ମୁଁ   ତୁମ୍ଭ ପରାକ୍ରମ
         ପାରିବିନି କେବେ କହି ।
ପଢୁନାହିଁ କେହି   ଗୀତା ଭାଗବତ
            ସଵୁତ ଗଲେଣି ଭୁଲ
ଦିଅ ଆଶୀର୍ବାଦ  ମୋତେ ମହା ପ୍ରଭୁ
            ଦୈନିକ ପଢିବି ବୋଲି ।
କଲମର ମୁନେ   ଶକ୍ତି ଦିଅ ପ୍ରଭୁ
          କଲମୁ ନଶୁଖୁ କାଳି
ହାତ ମୋର ଆଜି   ଲେଖିଚାଲୁ ଥାଉ
          ତୁମ ନାମ ଗୁଣାବଳୀ  ।
ଏଥିରୁ ବଞ୍ଚିତ   କଲେ ମହାପ୍ରଭୁ
         ମୋ ଜୀବନ ନେଇ ଯାଅ
ଏହି ଭିକ୍ଷା ଆଜି  ମାଗୁଛି ତୁମକୁ
          ଥାଳ ମୋର ଭରି ଦିଅ  ।।
ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର, ମୋ–୯୮୫୩୧୪୨୫୧୦

HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ