ମୋ ଓଡିଶା

ଲେଖକ ପରିଚୟ

ବାସନ୍ତୀଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ମୋ ଓଡିଶା
ବାସନ୍ତୀ ଲତା ଜେନା

ଐତିହ ସ୍ଥାପତ୍ୟ କଳା ସୌରଭିତ
ନାମ ତା ଓଡିଶା ଭୂଇଁ
ମୋ ରାଜ୍ୟରେ ଅଛି ସୁଷମା ସମ୍ଭାର
ଜଗତେ ତୁଳନା ନାହିଁ l 1l
ବଡ଼ ଠାକୁର ମୋ ନୀଳାଚଳ କ୍ଷେତ୍ର
କୋଟି ଜନତାଙ୍କ ପ୍ରାଣ
ଜଗନ୍ନାଥ ନାମ ଜଗତ ତାରଣ
ରଖେ ପତିତପାବନ l 2l
ଓଡ଼ିଶାର ମାଟି ଗଉରବ ମୟ
ବୀର ପୁତ୍ର ଯୋଗ ଦାନ
ଇଂରେଜ ସାଥିରେ ଲଢେଇ କରିଣ
ଦେଶକୁ କଲେ ସ୍ୱାଧୀନ l 3l
ଚନ୍ଦ୍ର ଭାଗା କୂଳେ କୋଣାର୍କ ସ୍ଥାପିତ
ସୂର୍ଯ୍ୟ ଦେବଙ୍କ ମନ୍ଦିର
ସପ୍ତ ଐଶ୍ୱର୍ଯ୍ୟର ସ୍ଥାନ ସେ ପାଇଛି
ବିଶ୍ବରେ ସୁନାମ ତାର l 4l
ଓଡ଼ିଆ ଭାଷାର ଉନ୍ନତି ଘଟିଲା
ମଧୁ ଫକିରଙ୍କ ପାଇଁ
ଓଡିଶା ପ୍ରଦେଶ ସ୍ୱତନ୍ତ୍ର ହୋଇଲା
ଓଡିଶା ବାସୀଙ୍କ ପାଇଁ l 5l
ଓଡ଼ିଆ ସଂସ୍କୃତି ବହୁ ପୁରାତନ
ଲୋକ କାହାଣୀର କଥା
ଓଡିଶୀ ସଂଗୀତ ଶାସ୍ତ୍ରୀୟ ମାନ୍ୟତା
ହୋଇଛି ଜଗତ ଜିତା l 6l
ସୁନା ବେଢା ଠାରେ ଏରୋପ୍ଳl ଟିନମ
ଚାନ୍ଦି ପୁରେ କ୍ଷେପଣାସ୍ତ୍ର
ଅନୁଗୋଳ ଠାରେ ଲୁହା କାରଖାନା
ବାଲେଶ୍ୱର ଗୋପୀ ନାଥ l 7l
ମୋ ରାଜ୍ୟ ଓଡିଶା ପୂଣ୍ୟ ଭୂମି ପରା
ଶୋଭା ତାର ବନ ଭୂଇଁ
ଏ ରାଜ୍ୟ ସଂସ୍କୃତି ପରମ୍ପରା ସେତ
ଜଗତେ ତୁଳନା ନାହିଁ l 8l
ବିଦ୍ୟୁତ ମିଳଇ ହୀରାକୁଦ ବାନ୍ଧେ
ପାରାଦୀପ ତ ବନ୍ଦର
ପୂଣ୍ୟ ତୀର୍ଥ ଭୂମି ଓଡିଶା ମୋ ଦେଶ
ଅନୁପମ ରୂପ ତାର l 9l
——0—–
ବାସନ୍ତୀ ଲତା ଜେନା, ଗାନ୍ଧିନଗର
ନବରଙ୍ଗପୁର, ମୋ :8658655979


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ