ଭଵ ହାଟ

ଲେଖକ ପରିଚୟ

ବାସନ୍ତୀଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଭଵ ହାଟ
ବାସନ୍ତୀ ଲତା ଜେନା

ଭଵ ପାରl ବାରେ ହାଟ ବସାଇଛି
ଜୀଵନ ନଉକା ମେଲି
ନାଉରୀ ସାଜି ମୁଁ କାତ ବାହୁଅଛି
ବାଣିଜ୍ୟ କରିବି ବୋଲି l 1l
ବେପାର କରୁଛି ଦୁଃଖ ସୁଖ କେତେ
ମିଶା ମିଶି ଏ ଜୀଵନ
ପ୍ରେମର ପସରା ମେଲି ଦେଇଛି ମୁଁ
ସ୍ନେହ ଶ୍ରଦ୍ଧା ଭରା ଦିନ l 2l
ଲୋଭ ମୋହ ମାୟା ଏ ହାଟରେ ଅଛି
ସଭିଙ୍କର ଲୋଡ଼ା ହୁଏ
ଜୀଵନ ପାଇଁ ତ ଏହା ଦରକାର
ନିଜ ପାଖେ ପାଖେ ଥାଏ l 3l
କେତେ ଦୁଃଖ ସୁଖ କେତେ ହାନି ଲାଭ
ଏ ଜୀବନେ ବିତି ଯାଏ
ସତ ମିଛର ଯେ ପସରା ମେଲାଇ
ଅସ୍ତବ୍ୟସ୍ତ ହେଉ ଥାଏ l 4l
ଜାଣି ମୁଁ ପାରିନି ଏ ମୋର ନିଃଶ୍ୱାସ
କେତେ ବାଟ ଲମ୍ବି ଅଛି
କେଉଁ ଦିନ ହାଟ ଶେଷ ହୋଇ ଯିବ
ଶ୍ମଶାନ ଭୂମି ଚାହିଁଛି l 5l
ବୟସର ଏହି ଅପରାହ୍ନ ବେଳେ
କିଛି ଭଲ ଲାଗୁ ନାହିଁ
ମିଛ ମାୟା ଭରା ଏ ସାରା ଦୁନିଆ
ସବୁ ଥାଇ କିଛି ନାହିଁ l 6l
ବିଭୁ ପାଦ ତଳେ ଶରଣ ମାଗୁଛି
ହାଟ ମୋର ଶେଷ ହେଉ
ଜୀଵନ ନାଟକେ ଶେଷ ଦୃଷ୍ଟାନ୍ତ ମୁଁ
ଯବନିକା ପଡି ଯାଉ l 7l
:=:=:=:=:=:
ବାସନ୍ତୀ ଲତା ଜେନା
ଗାନ୍ଧିନଗର, ପୋଷ୍ଟ /ଜିଲ୍ଲା :
ନବରଙ୍ଗପୁର
ମୋ : 8658655979


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ