ସୁଧୁରି ଯା’ରେ ଅଜ୍ଞାନ ମଣିଷ – କଳ୍ପନା ରାଉତ

ଲେଖକ ପରିଚୟ

କଳ୍ପନା ରାଉତ
ବ୍ରହ୍ମପୁରା, ବାଙ୍କୀ, କଟକ | ସଦ୍ୟ ପୋଷ୍ଟ

Read More

ଦ୍ଵାପର ଯୁଗରେ
ରାଜା ଧୃତରାଷ୍ଟ୍ର
ପୁତ୍ର ମୋହେ ଅନ୍ଧ ଥିଲା ।‌
ମାନୀ ଦୁର୍ଯ୍ୟୋଧନ
ସ୍ଵାର୍ଥ ଅଭିମାନେ
କୁରୁବଂଶ ନାଶ ଗଲା ।।୧

ସ୍ବୟଂ ନାରାୟଣ
ଦୂତ ରୂପେ ଯାଇ
ମାଗିଥିଲେ ପାଞ୍ଚ ଗ୍ରାମ।
ସୂଚ୍ୟାଗ୍ରେ ମେଦିନୀ
ଦେବନାହିଁ ବୋଲି
କହିଥିଲା ସେ ଅଧମ ।।୨

ତା’ର ଅହଂକାର ,
ଗର୍ବ ପାଇଁ ଧ୍ଵଂସ
ହୋଇଗଲା କୁରୁବଂଶ ।
ଅନ୍ତେ ଅଧର୍ମର
ଅଧୋଗତି ହେଲା
ଧର୍ମ ଉଡାଇଲା ଯଶ।।୩

ମଣିଷ ହୃଦୟେ
ଲୋଭର ଦାନବ
ଯେବେ କାୟା ବିସ୍ତାରିଲା।
ହିଂସା, ଦ୍ୱେଷ, ଇର୍ଷା
ପରଶ୍ରୀକାତର
କ୍ରୋଧକୁ ନିଜର କଲା ।।୪

ମଣିଷର ବୁଦ୍ଧି
ଲୋପ ପାଇଗଲା
ଏମାନଙ୍କ ଆଗମନେ ।
ବିନାଶ ଆଡ଼କୁ
ଟାଣି ହୋଇଗଲା
ଉଚ୍ଚାରଣେ,ଆଚରଣେ ।।୫

ଗର୍ବରେ ଉନ୍ମତ୍ତ
ହୋଇ ସେ ଉତ୍ପାତ
କରିଲା ଅନ୍ୟର କ୍ଷତି ।
ବିଷୟା ବିଷରେ
ହଜିଗଲା ନିଜେ
ଅଜ୍ଞାନ ସେ ମୂଢମତୀ ।।୬

ଅସତ୍ ମାର୍ଗ କୁ
ଆପଣା ଭାବିଲା
ଭୁଲିଯାଇ ସତ୍ ମାର୍ଗ।
ଜ୍ଞାତ ଅଜ୍ଞାତରେ
ପାପ ଆଚରିଲା
କରିଣ କେତେ କୁସଙ୍ଗ ।।୭

ନିଜ କଲା କର୍ମ
ଅବଶ୍ୟ ଫଳଇ
ଏ କଥା ବହୁ ପ୍ରମାଣ
ଏବେ ସୁଧୁରି ଯା
ଅବୋଧ ମଣିଷ
ହାତେ ସମୟ ଥାଇଣ ।।୮

ବ୍ରହ୍ମପୁରା, ବାଙ୍କୀ, କଟକ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ