ଶୁଣ କଙ୍କାଳ

ଲେଖକ ପରିଚୟ

ଆଶ୍ରିତ ମହାପାତ୍ର
ଟାଙ୍ଗି, ଖୋରଧା, ଓଡିଶା | ସଦ୍ୟ ପୋଷ୍ଟ

“ଶୁଣ କଙ୍କାଳ ”
. . . . . . . . . . . .

ବେଳ ବାହୁଡ଼ିଲା ଶୁଣ ହେ କଙ୍କାଳ
ଲାଗି ପଡ଼ କର୍ମ କ୍ଷେତ୍ରେ
କ୍ଳାନ୍ତ ର ଦୁଆରେ ଅଧିଆ ପଡ଼ନି
ଦେଖ ପ୍ରକୃତିକୁ ନେତ୍ରେ ॥

କେତେ ଯେ ସୁନ୍ଦର ଚାରୁ ଚିତ୍ର ତାର
କେତେ ସୁମଧୁର ବାଣୀ
ହାତ ଛଡ଼ା ତୁମ୍ଭେ କରନା କଙ୍କାଳ
ଆପେ ଯିବ ସବୁ ଜାଣି ॥

ପଚାର ନିଜକୁ କିଏ ଅଟ ତୁମ୍ଭେ
କାହିଁକି ଜନ୍ମିଛ ଏଠି
ଏ ଭବ ସଂସାର ବିପଦେ ପଡିଛି
ଉଦ୍ଧାର କରାଅ ସେଠି ॥

ଛାଡିଦିଅ ତୁମ୍ଭ ବିଳାସ ବ୍ୟସନ
ପ୍ରେମ ସାଥେ ଲୋଭ ମାୟା
ସମୟ ଅନ୍ତକ ଜଗିକି ବସିଛି
ଘୋଡ଼ାଇବ କାଳ ଛାୟା ॥

ଶୁଣ ଶୁଣ ଆହେ କଙ୍କାଳ ମୋହର
ଶୁଣ ଥରେ ଡେରି କର୍ଣ୍ଣ
ପ୍ରତିଶୋଧ ନିଅ ପାପୀର ରକତେ
ଗିଳିଛ ଏ ମାଟି ଅନ୍ନ ।

ମଙ୍ଗଳ ହୋଇବ ଜୀବନ ତୁମ୍ଭରି
ଗର୍ବରେ ନାଚିବ ମହୀ
ଲେଖନୀ ମୁନ ମୋ ସଜାଗ କରୁଛି
ଶୁଣ ରେ କଙ୍କାଳ ତୁହି ॥

. . . . X X X . . . .

ଆଶ୍ରିତ୍ ମହାପାତ୍ର


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ