ଶରଦ ଶଶୀ – ପ୍ରମୋଦ କୁମାର ମହାନ୍ତି

ଲେଖକ ପରିଚୟ

ପ୍ରମୋଦ କୁମାର ମହାନ୍ତି
କଟକ, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଗୋଧୂଳି ଲଗ୍ନେ ଆସି
ଆଲୋକକୁ ପରସି
ପୁଲକକୁ ବରଷି
ରମ୍ୟ ଶରଦ ଶଶୀ! ll

ବିଛୁରିତ ଚାନ୍ଦିନୀ
ଉଲ୍ଲସିତ ମେଦିନୀ
ତାରା ଫୁଲ ରୋଷଣୀ
ଉତ୍ସବର ରାଗିଣୀ ll

ପ୍ରେମୀଙ୍କ ଆକର୍ଷଣ
ଗଗନର ଭୂଷଣ
ନବ ଦମ୍ପତ୍ତି ମୁଗ୍ଧ
ମଦନ-ରତି ସ୍ତବ୍ଧ! ll

ପଥିକର ସାହସ
ନାବିକର ଉଲ୍ଲାସ
ମାତା ମନେ ପୁଲକ
ଶିଶୁ ଓଠେ ଝଲକ ll

ଶିଶିର ସ୍ନାତ ତୃଣ
ଦେହେ ତା’ ଶିହରଣ
ବିହଙ୍ଗଙ୍କ ବିଭ୍ରାନ୍ତି
ସାଧକଙ୍କ ପ୍ରଶାନ୍ତି ll

ଲେଖକଙ୍କ ପ୍ରେରଣା
ବିଚ୍ଛେଦର ଯନ୍ତ୍ରଣା
ଚୋର ଖଣ୍ଟ ତତ୍ପର
ଜୁଆର ତ ପ୍ରଖର! ll

ଚକୋରୀର ଯାତନା
କଇଁ ର ଉନ୍ମାଦନା
ଉଛ୍ୱସିତ ଲହରୀ
ବେଳାଭୂମି ପ୍ରସାରି ll

ଜହ୍ନିଫୁଲ ଆଞ୍ଜୁଳି
କୁମାରୀଙ୍କ ଗହଳି
‘ସୌମ୍ୟ ବର’ କାମନା
ଭକ୍ତି ଭରେ ଯାଚନା ll

ଗଜଲକ୍ଷ୍ମୀ ଆଗମ
ପ୍ରାପ୍ତି ହେବ ସୁଗମ
ଶୁଦ୍ଧ ପୂତ ହୃଦୟେ
ବିରାଜନ୍ତି ସଦୟେ ll

ନୃତ୍ୟ ଗୀତ କୀର୍ତ୍ତନ
ଧରା ଆଜି ତଲ୍ଲୀନ
ଜ୍ୟୋସ୍ନାର ରୂପାଥାଳି
‘ଅର୍ଘ୍ୟ’ ପଡେ ଉଛୁଳି! ll

ଶାରଦୀୟ ପୂର୍ଣ୍ଣିମା
ନାହିଁ ତାର ଉପମା
ଚାନ୍ଦିନୀର ପୁଲକ
ମାଦକ ଓ ମୋହକ ll

ଜାଜ୍ଜ୍ୱଲ୍ୟମାନ ‘ନଭ’
ଅପୂର୍ଵ କାନ୍ତି ‘ଶୁଭ୍ର’
ବିହ୍ୱଳିତା ସରସୀ
ହୃଦେ: ଶରଦ ଶଶୀ!!!

ପ୍ରମୋଦ କୁମାର ମହାନ୍ତି


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ