ଉଠାଅ କଲମ

ଲେଖକ ପରିଚୟ

ଆଶ୍ରିତ ମହାପାତ୍ର
ଟାଙ୍ଗି, ଖୋରଧା, ଓଡିଶା | ସଦ୍ୟ ପୋଷ୍ଟ

“ଉଠାଅ କଲମ”
. . . . . . . . . . .

ଆହେ କବିବର ନିଦ୍ରା କିପାଁ କର
ଉଠାଅ କଲମ ତୁମ ।
ଓଡ଼ିଆ ସାହିତ୍ୟ ସତ୍ତା ହରାଉଛି
ସଭ୍ୟତା କାନ୍ଦୁଛି ଆମ ॥

ଜୀବନ୍ତ କରାଅ ଲେଖନୀ ତୁମ୍ଭର
ଯାହାବି ଚିନ୍ତୁଛ ମନେ
ସମୃଦ୍ଧଶାଳୀ ରେ ଭରପୁର କର
ଚେତାଅ ମାନବ କର୍ଣ୍ଣେ ॥

ହସାଅ ଓଡ଼ିଶା ହସାଅ ତା ଭାଷା
ଆଙ୍କିଦିଅ ସ୍ମୃତି ତାର
ମୂକସାକ୍ଷୀ ଆଜି କଲମ ତୁମ୍ଭରି
କିପାଁ କର ଛାରଖାର ॥

ଅକର୍ମଣ୍ୟ କରି ରଖନି କଲମ
ଝରାଅ କାଳିର ଧାରା
ଜାଗ୍ରତ କରାଅ ଉଦ୍ୟତ କରାଅ
ଫୁଟାଅ ଭାବର ତାରା ॥

କ୍ରନ୍ଦନ କରୁଛି ମାତୃଭାଷା ଆମ
ଇଂରାଜୀ ଅକ୍ଷର ପାଇଁ
ସମ୍ମାନ ରହୁନି ମସ୍ତକେ ତାହାରି
ଉଠାଅ କଲମ ସାଇଁ ॥

——- XXX——

ଆଶ୍ରିତ୍ ମହାପାତ୍ର
ଗ୍ରାମ- ଟାଙ୍ଗି,ଜିଲ୍ଲା-ଖୋର୍ଦ୍ଧା


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ