ସରପଞ୍ଚଙ୍କୁ ମୋ ଅଳି – ବୀରେନ୍ କୁମାର ବେହେରା

ଲେଖକ ପରିଚୟ

ବିରେନ କୁମାର ବେହେରା
ପୋଷାଇ, ମହାକାଳପଡା, କେନ୍ଦ୍ରାପଡା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

କରୋନା ପାଇଁ ତ ବିଶ୍ୱ ଆତଙ୍କିତ,
ଆତଙ୍କିତ ଆମ ରାଜ୍ୟ ।
ଆସ ମୁକାବିଲା କରିବା ତାହାକୁ,
ନ ହରାଇ ଆମ ଧୈର୍ଯ୍ଯ ।।
ସରକାର ଦେଲେ ଲକ୍ଷ ଲକ୍ଷ ଟଙ୍କା,
ପ୍ରତି ପଞ୍ଚାୟତ ପାଇଁ ।
ଲୋକଙ୍କ ହିତରେ ଲାଗାଅ ତାହାକୁ ,
ଅନୁରୋଧ ମୋର ଏହି ।।
ସବୁ ସରପଞ୍ଚ ଘେନ ଅନୁରୋଧ,
କର ଜନ ସଚେତନ ।
ଗାଁ ଗାଁ ବୁଲି ବୁଝାଅ ଲୋକଙ୍କୁ,
କିଣି ଲୋକଙ୍କର ମନ ।।
ବିଦେଶରୁ ଯିଏ ପହଞ୍ଚୁଛି ଆସି,
ତାଙ୍କର ତାଲିକା ରଖ ।
ଚିକିତ୍ସାଳୟରେ ଭର୍ତ୍ତି କର ତାଙ୍କୁ,
କରୋନା ଲକ୍ଷଣ ଦେଖ ।।
ମୁଖା ଓ ସାବୁନ୍ ବ୍ୟବହାର ବିଧି,
ଘରେ ଘରେ ଦିଅ କହି ।
ପଞ୍ଚାୟତବାସୀ ଖୁସି ହେଲେ ପୁଣି,
ଆସିବ ବିଜେତା ହୋଇ ।।
ମାନବ ସେବା ହିଁ ମାଧବର ସେବା,
ମନେରଖ ଏହି ମନ୍ତ୍ର ।
ଲୋକଙ୍କୁ ସେବିଲେ ଲୋକେ ଜିତେଇବେ,
ଇଏ ପରା ଗଣତନ୍ତ୍ର ।।
ନିୟମ ମାନିବା ଘରେ ହିଁ ରହିବା,
କରୋନା ପଡିବ ଟଳି ।
ଲୋକଙ୍କ କାନରେ କହିଦିଅ ଏହା,
ସରପଞ୍ଚଙ୍କୁ ମୋ ଅଳି ।।

ବୀରେନ୍ କୁମାର ବେହେରା
ପୋଷାଇ, ମହାକାଳପଡା, କେନ୍ଦ୍ରାପଡା
Email- beherabirenkumar65@gmail.com
ଯୋଗାଯୋଗ-7008793663


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ