ଚେତନାର ଆଲୁଅ – ଡକ୍ଟର ମମତା ପ୍ରିୟଦର୍ଶିନୀ ସାହୁ

ଲେଖକ ପରିଚୟ

ଡକ୍ଟର ମମତା ପ୍ରିୟଦର୍ଶିନୀ ସାହୁ
ଅଧ୍ୟାପିକା, ସରକାରୀ ଯୁକ୍ତଦୁଇ ବିଜ୍ଞାନ ମହାବିଦ୍ୟାଳୟ, ବାଲିଶଙ୍କରା, ସୁନ୍ଦରଗଡ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ମୁଁ ଅଜାଡି ଦେଉଛି ମୋ ସମସ୍ତ ଆତ୍ମିକ ଆଲୁଅ
ନିତି ପ୍ରତି ଜଳୁଥିବା ସେଇ ଅନ୍ଧକାରାଚ୍ଛନ୍ନ ଇଲାକାମାନଙ୍କୁ
ଯେଉଁଠି ଅଣନିଶ୍ଵାସୀ ପ୍ରାୟ ଜୀବନରେ ତଳିତଳାନ୍ତ ।

ଯେଉଁଠି ମୁହଁ ଲୁଚେଇ
ବାଟ ଚାଲେ କିଛି ଅସହାୟ ମସ୍ତକ,
କିଛି ନିର୍ମମ, ନିଷ୍ଠୁର
ରୀତି ନୀତି ପାଇଁ,
କିଛି ଆଶା ସମ୍ଭାବନା
ପ୍ରସ୍ଫୁଟିତ ହେବା ପୂର୍ବରୁ
ମଉଳି ଯାଆନ୍ତି ଅଚିରେ ।

ସେଇ ଆଲୁଅ ଦେଇ ଊର୍ଜା
ସେଇ ଅସହାୟ ହାତରେ,
ଦେଉ ନବ ନବ ଆଶା ସ୍ଵପ୍ନ
କଲମ ଧରିବାକୁ,
ନିହାଣ ମୂନରେ ନିର୍ମାଣ କରିବାକୁ
ନବ ନବ ମନ୍ଦିର ।

ଆଲୁଅ ହେଉ ସାହସ
ଭାଙ୍ଗି ଦେବାକୁ
ଅନ୍ଧବିଶ୍ଵାସର ପୁରୁଣା କାନ୍ଥ,
ଅନ୍ୟାୟ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାକୁ ।

ଆଲୁଅ ହେଉ ମୁକ୍ତ ପକ୍ଷୀର ଉଡାଣ
ବିସ୍ତୀର୍ଣ୍ଣ ନୀଳାଭ ଗଗନରେ,
ସ୍ଵେଚ୍ଛାଚାରିତାର ଅନ୍ଧାର କବଳିତ କରିବା ପୂର୍ବରୁ
ଆଲୁଅ ଦେଖାଉ ରାସ୍ତା ନୂଆ ଏକ ଜୀବନର ।

ଆଲୁଅ ଖେଳେଇଦେଉ
ନବ ନିର୍ମିତ୍ତ ରକ୍ତର ଧାରା
ପ୍ରତିଟି ନାରୀର ଶିରା ପ୍ରଶିରାରେ
ଗଢିବାକୁ ଏକ ଅନ୍ୟାୟ ମୁକ୍ତ ଦେଶ,
ନିର୍ଯ୍ୟାତନା ମୁକ୍ତ ପ୍ରଦେଶ ।

ପ୍ରଜ୍ଵଳିତ କରୁ ପ୍ରତ୍ୟେକ ହୃଦୟେ
ସ୍ନେହ ପ୍ରେମର ବହ୍ନି ଶିଖା,
ଏକଇ ଧାରା ନିର୍ମାଣ କରୁ
ସହସ୍ର ଧାରାର ଆଲୁଅ ଶିଖା ।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ