ହେ ବ୍ୟକ୍ତିତ୍ଵ

ଲେଖକ ପରିଚୟ

ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା, କେନ୍ଦୁଝର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

???? *ବ୍ୟକ୍ତିତ୍ୱ*????
***************
ହେ ବ୍ୟକ୍ତିତ୍ୱ
ତୁମ ଶୀତଳ ସ୍ପର୍ଶ ଛୁଏଁ ଯେବେ ମାନବକୁ
ଆତ୍ମସମ୍ମାନର ହୁଏ ଅଙ୍କରୋଦ୍ଗମ,
ସ୍ୱାଭିମାନ ବୀଜପତ୍ରଗୁଡାକ
ନୀତିନିୟମର ଆଲୋକସ୍ପର୍ଶରେ
ମାନସିକ ବିକାଶ ଘଟାନ୍ତି
ଅର୍ପଣ କରି
ଶୃଙ୍ଖଳିତ ସୌରଭର ଇନ୍ଦ୍ରିୟ ସଂଯମ।

ହେ ବ୍ୟକ୍ତିତ୍ୱ
ଆଦର୍ଶ ଦିନଚର୍ଯ୍ୟାର ଓଡ଼ିଆ ବୋହୂଟିଏ ତୁମେ
ଶିଷ୍ଟାଚାର ଆସନ ପାରି
ସ୍ୱାଦିଷ୍ଟ ସୁମିଷ୍ଟ ବ୍ୟବହାର ଯେବେ କର ପରିବେଷଣ,
ଆତ୍ମା ପରିତୃପ୍ତ ହୁଏ ସ୍ନେହ ସୌହାର୍ଦ୍ଦ୍ୟ ଆଦିକୁ କରି ଭୋଜନ
ଅନ୍ତରରୁ ବାହାରିଆସେ କିଛି ମଧୁରବଚନ
ହେ ମିତ୍ର
ସତରେ ତୁମେ କେଡେ ମହାନ୍ !

ହେ ବ୍ୟକ୍ତିତ୍ୱ
କି ମାର୍ଜିତ ତୁମ ବେଶଭୂଷା ପରିପାଟୀ
ହୀନତ୍ୱକୁ ଘୃଣା କରି ଯେବେବି ପ୍ରଦର୍ଶିତ କର
ତୁମ ବିସ୍ତୃତ ମନ,
ସମ୍ମାନ ଶ୍ରଦ୍ଧାମାନେ ହୁଅନ୍ତି ଆକର୍ଷିତ
ଭୁରି ପ୍ରଶଂସା ବି କରନ୍ତି
ଦେଖି ତୁମ
ନିରଳସ,ନିରାଡ଼ାମ୍ବର,ନିଃସ୍ୱାର୍ଥପର ସ୍ଵଭାବ ନେତୃତ୍ୱର ବର୍ଣ୍ଣ,
ସଭିଏଁ କହନ୍ତି ବାଃ ବାଃ ରେ ଆତ୍ମସମୀକ୍ଷକ
କି ଦାୟିତ୍ୱବାନ ତୁମେ ଆତ୍ମସଚେତକ ସମୟରକ୍ଷକ !

ହେ ବ୍ୟକ୍ତିତ୍ୱ
ଅହଂ ବିହୀନ ବଡିମା ବିହୀନ ସାମ୍ରାଟଟିଏ ତୁମେ
ମୂଲ୍ୟବୋଧକୁ ଆକର୍ଷି ଯେବେବି ଧର ମହାନତାର ମଙ୍ଗ,
ନୈତିକ ଆଧ୍ୟାତ୍ମିକ ଅତିଥିମାନେ ଦୌଡ଼ି ଆସନ୍ତି ତୁମ ପାଶ
ସାମାଜିକ ମୂଲ୍ୟବୋଧଟା ଗଠନମୂଳକ ପତାକା ଧରି ଦେଖାଏ ତିନିରଙ୍ଗ,
ଶୁଭେ ରାଷ୍ଟ୍ରପ୍ରେମୀ ସ୍ଲୋଗାନ..
“ଗୁରୁ ପିତା ମାତା ଅତିଥିଙ୍କୁ ଦିଅ ହେ ସମ୍ମାନ”
ତୁମ ପ୍ରୀତିପୂର୍ଣ୍ଣ କଥୋପକଥନ ଚାଲିଚଳନର ଢଙ୍ଗ
ଝଟକାଇଦିଏ ପରା ବିଜୟର ସପ୍ତରଙ୍ଗ।

✍???? *ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା*✍????


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ