ଖୋଜେ ବଂଚିବାର ରାହା – ଶ୍ୟାମ ସୁନ୍ଦର କୁମ୍ଭାର

ଲେଖକ ପରିଚୟ

ଶ୍ୟାମ ସୁନ୍ଦର କୁମ୍ଭାର
ସନ୍ଧିବାହାଲ, ଗାଇସିଲେଟ, ବରଗଡ଼ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ମୁଁ ଦିନମହୁରୀଆ, ରିକ୍ସାବାଲା
ରାସ୍ତାକଡ଼ ଦୋକାନୀ, ବୁଲାବିକାଳୀ ଫେରୀଵାଲା
ନାମମାତ୍ର ଚାଷୀ, ଭୂମି ହୀନ l
ମୋ ପରିବାରର ଜୀବନ ଜୀବିକାରେ
ସିଧା ପ୍ରଭାବ ପକାଇଛି ଏହି ତାଲା ବନ୍ଦ ll

ହୁଃ ହୁଃ ହୋଇ ବଢ଼ି ଯାଉଛି ପରିବାଦର
କଳା ବେପାରୀଙ୍କ ପୌଷ ପୁନେଇଁ l
ଖାଦ୍ୟ ଅଭାବେ ଭାଙ୍ଗିଯିବ
ମୋ ପରିବାର ର ମେରୁଦଣ୍ଡ
କି ଆତଙ୍କ ଆଣି ଆସିଲୁରେ କରୋନା ତୁହି ll

ମୋ ଦୈନିକ ରୋଜଗାରରୁ ଆସେ
ମୋ ପରିବାରର ଦୈନନ୍ଦିନ ରାସନ l
କାମ ନ ମିଳିଲେ ଖାଇବା ବନ୍ଦ
ମୋ ପରିବାରର ଦୈନନ୍ଦିନ ଜୀବନର ବନ୍ଧନ ll

କଣ କରିବି କେଉଁଠିକୁ ଯିବି
ମୋ ପରିବାର ବଂଚିବେ କିପରି
ଏବେ ମୁଁ ନିରୁପାୟ l
ପିଲାର ଭୋକିଲା ପେଟ, ଶୁଖିଲା ମୁହଁ ଦେଖି
ସହି ମୁଁ ପାରୁନି
ଫାଟି ଯାଉଛି ମୋ ହୃଦୟ ll

ଏ ପଟେ କରୋନା ଭୟ
ସେ ପଟେ ଭୋକରେ ପିଲା ବିକଳ
ଅନ୍ୟ ପଟେ ସରକାରୀ ଅନୁଶାସନ l
କଣ କରିବି ସ୍ଥିର କରି ପାରୁନି ମୁଁ
ମୋ ସଂସାର ପାଇଁ ଏହା ଦୁଃସହ ଦୂରଦିନ ll

କାହାକୁ କହିବି କିଏ ବା ବୁଝିବ
ମୋ ଅନ୍ତର ବେଦନା
ଏ ଅସମୟେ ହେବ ସାହା l
ମୁଁ ବଞ୍ଚିବି ପିଲା ମୋ ବଞ୍ଚିବେ
ସତେକି ମିଳିବ ମୋତେ
ମୋ ବଂଚିବାର ରାହା ll
ଶ୍ୟାମ ସୁନ୍ଦର କୁମ୍ଭାର


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
2 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
Shyamsundar Kumbhar
ବଣମଲ୍ଲୀ ପାଠକ
Shyamsundar Kumbhar
2 ବର୍ଷ ପୂର୍ବରୁ

ମୋତେ ଆପଣଙ୍କ malling ଲିଷ୍ଟରେ ସ୍ଥାନ ଦିଅନ୍ତୁ l