ତୁ ଆଉ ମୁଁ – ରୁଦ୍ର ନାରାୟଣ ଦାଶ
ତୁ ଆଉ ମୁଁ
ଏ ଅମା ଅନ୍ଧକାରେ
ସେଇ ଅଦେଖା ରାଇଜରେ
ଭିଜୁଥିବା ପ୍ରୀତିର ବର୍ଷାରେ
କାମନାର ଉଷ୍ମତାକୁ ନେଇ
ଦୁହେଁ ଦୁହିଁଙ୍କ ବାହୁରେ।।
ତୁ ଆଉ ମୁଁ
ଏ ନିଶବ୍ଦ କୋଠରୀରେ
ପାଳିବା ସେ ଭାଲେଣ୍ଟାଇନ୍ ଉଇକ୍
ଶୂନ୍ଯତା କୋଳରେ
ମହମବତୀର ଛୋଟ ଶିଖା ସହ ଜଳି
ଗଢ଼ିବା ସ୍ବପ୍ନର ଘର ଭବିଷ୍ଯତର ଦୁନିଆରେ।।
ତୁ ଆଉ ମୁଁ
କହୁଥିବା ଦୁହେଁ ଦୁହିଁଙ୍କୁ
ଚୁପ୍ ଚୁପ୍ ହୋଇ ଅତି ପାଖରେ
ଜହ୍ନକୁ କରି ଆଢୁଆଳ
କାଳେ ସେ ଶୁଣିଦେବା ଭୟରେ,
ତଥାପି ଲାଗିଯାଇଥିବ ତୁମ ମଥା
ମୋ’ର ଏ ଛାତିରେ ଦୁହିଁଙ୍କ ଅଜଣାତରେ
ଏ ଗାଢ଼ ଅନ୍ଧକାରରେ।।
