କବିତା ଚୋରୀ – ଶ୍ୟାମା କିଙ୍କର ମହାନ୍ତି

ଲେଖକ ପରିଚୟ

ଶ୍ୟାମା କିଙ୍କର ମହାନ୍ତି
କୈବଲ୍ୟ କୁଟୀର, ଯମୁନା ରୋଡ, ମାର୍କଣ୍ଡେଶ୍ଵର ସାହି, ପୁରୀ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ମୁହଁସଂଜଟା ରେ
ଗାଁ ଛକ ଚା ଦୋକାନରେ
ରାମଚନ୍ଦ୍ର ପକାଇଲେ ହୁରି
ବୁଝୁ ବୁଝୁ କଣ ନା,
ଗଲା ହପ୍ତା ଗାଁ ପାଠାଗାରେ
ସିଏ ଯୋଉ କବିତା ପଢିଥିଲେ,
ଆମ ଗାଁ ରାମିଆ
ତାକୁ କାଳେ କରିଅଛି ଚୋରୀ ।

ରାମିଆ ରହେ ରାଜଧାନୀରେ
ବଡ ବଡ କବି ଲେଖକଙ୍କ ସାଙ୍ଗେ
ତା ବସାଉଠା
ସରକାରୀ ଚାକିରୀ କରିଛି,
…ଆଉ ରାମଚନ୍ଦ୍ର ସ୍କୁଲମାଷ୍ଟ୍ର
ଧତରା ସ୍କୁଟରଟେ ଧରି
ଘରୁ ଇସ୍କୁଲ ଆଉ
ଇସ୍କୁଲରୁ ଘର
ତାଙ୍କ କଥା କିଏସେ ଶୁଣୁଛି ?

ରାମିଆର କବିତା ଏବେ
ଓଡ଼ିଶାର ଏକ ନମ୍ବର ପତ୍ରିକାରେ,
ବସୁଛି ପୁଣି ସେ ନାମୀଦାମୀ
ଆସରର ପହିଲି ଧାଡିରେ,
ହେଇଥାଉ… ତା କବିତା
ରାମଚନ୍ଦ୍ର କି ଗଙ୍ଗାଧରଙ୍କର !
କୃଷ୍ଣଚନ୍ଦ୍ର କି ଗଦାଧରଙ୍କର !!


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ