କରିଛି ତ୍ରିବାର ଶପଥ – ସନ୍ତୋଷ କୁମାର ମହାନ୍ତି

ଲେଖକ ପରିଚୟ

ସନ୍ତୋଷ କୁମାର ମହାନ୍ତି
ନବଜୀବନ ସମାଜ, ସଫା, କଟକ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

କରିଛି ତ୍ରିବାର ଶପଥ
==============
ଘରୁ କାଢ଼ିଲେ ଗୋଡ
ବସେ ଏବେ ମାଡ଼
କାହା ସହ ମିଶିଲେ
ଲାଗେ ଭାରି ଡର
ଚାରିଆଡେ ବିପଦ
ଖାଁ ଖାଁ ଜନପଦ
ଦେଖିବାକୁ ବାକିଥିଲା
ମାନବ ଇତିହାସରେ
ଆଜି ଏହି ଦିନ
କେତେ ନିଃସହାୟ
ମାନବ ଜୀବନ ||
ସବୁ ସୁଖ ଲାଗେ
ଏବେ ପାଣିଚିଆ
ଆଖି ଆଗେ ଲିଭିଯାଏ
କେତେ ଜୀବନ ଦୀପ
କିଏ ଜାଣେ କେତେବେଳେ
ଆସିଯିବ ମୋର ବେଳ
ଗୃହବନ୍ଦୀରେ ବାନ୍ଧିଛି
ସେଥିପାଇଁ କାଳ ||
ବିଶ୍ୱ ହିତ ପାଇଁ ମୋର
ଗୃହବନ୍ଦୀ ବ୍ରତ
ନିଜେ ବଂଚି ବଞ୍ଚାଇବି
ଧରାକୁ ମୋର
କରିଛି ମୁ ତ୍ରିବାର ଶପଥ ||
************************
************************
*ସନ୍ତୋଷ କୁମାର ମହାନ୍ତି
ନବଜୀବନ ସମାଜ,ଓଡିଶା


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ