ଏଇତ ଫେରୁଛି – ଗୋପାଳ ଚନ୍ଦ୍ର ସାଓ

ଲେଖକ ପରିଚୟ

ଗୋପାଳ ଚନ୍ଦ୍ର ସାଓ
ବିକେସି, କଲୋନୀ, ବାରିପଦା, ମୟୂରଭଞ୍ଜ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ପୁଣି ସେଇ ଭୋକ
ମନ ଭର୍ତ୍ତି ଡର ଆଉ ତାଗିଦ
ମୁଠାଏ ଘୃଣା ସହ
କିଛି ଦୟା ଓ ସହାନୁଭୂତି…

ଏଇତ ଫେରୁଛି ଦାଦନ
କାନ୍ଧରେ ଲଦି ସଂସାର
ରକ୍ତାକ୍ତ ପାଦରେ ଚାଲିବ
ମାଇଲ ମାଇଲ ବାଟ…

ଅଧା ହେଲାଣି ନିଶ୍ୱାସ
ସରି ଆସିଲାଣି ବିଶ୍ୱାସ
ରକ୍ଷକ ଭକ୍ଷକ ହେଲେ
ନିୟତି କରିବ କିସ…

ଆରେ ଆସନା….,
ସମୟ କହୁଛି ଏବେ
ଘରେ ବସି ଜିତିବାକୁ ହେବ
ଜୀବନ ମୃତ୍ୟୁ ପ୍ରତିଯୋଗିତା…

ଖୋଜିବାକୁ ହେବ
ବାଡ଼ି ବଗିଚା
ଅନାବନା ଶାଗ କଷି ପଣସ
ଚାଉଳ ତ ଯାହାକୁ ଯେତେ…

ଯିଏ ଯାହା କରୁଛି କରୁ
ମୁଁ କିନ୍ତୁ ଟିକିଏ ଧୈର୍ଯ୍ୟ
ଟିକିଏ ସାହସ ରଖି ନଇଁଯିବି
ଥମିଯିବ ଝଡ଼ ନିଶ୍ଚୟ…

ଆଁ କରି ବସିଛି କଳାବଜାରି
ଧନ ସଞ୍ଚୟ କରିବ ଆହୁରି
ଏପଟେ ବାଟ ଜଗିଛି ମୃତ୍ୟୁ
ନିର୍ଭୁଲ ହିସାବଟେ କରି…

ଗୋପାଳ ଚନ୍ଦ୍ର ସାଓ
ଦେଉଳି,ମୟୂରଭଞ୍ଜ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ