ଏହି ରୋଗ ପ୍ରତିକାର
ଏହି ରୋଗ ପ୍ରତିକାର
——-+++++——
ଜନନୀ ମୋହର ନ ଆସନ୍ତି ପାଶ
ବିଦେଶୁ ଫେରିଛି ବୋଲି
ଅଲଗା ବଖରା କରିଛନ୍ତି ସଫା
ଦରଜା ତାହାର ଖୋଲି।
ଭାଇ ଦେଖିଦେଲେ କୁଣ୍ଢାଇ ପକାଏ
ଏବେ ସେ ସରାଗ ନାହିଁ
ଦୁଇହାତ ମାପି ଦୂରେ ଠିଆ ହୋଇ
କଥା କହେ ମୁଖ ଚାହିଁ।
ପୁତୁରା ଝିଆରୀ ବଡ଼ ହୁସିଆରି
ଡାକିଲେ ଆସନ୍ତି ନାହିଁ
ସନ୍ଦେହ ଚକ୍ଷୁରେ ଦେଖନ୍ତି ସଭିଏଁ
ସତେ ପରଦେଶୀ ମୁହିଁ।
ସାଇପଡିଶାର ଯେତେ ଗୁରୁଜନ
ଚାହାନ୍ତି ଜବାବ ମୋର
ଯେଉଁଠୁ ଆସିଛି ସେହି ଅଞ୍ଚଳଟି
କି ପ୍ରଭାବ କରୋନାର!
ଚଉଦ ଦିବସ ସଙ୍ଗରୋଧ ବାସ
ହୋଇଲା ମୋ ପାଇଁ ସାର
ସରକାରଙ୍କର ନିୟମ ପାଳନ
ଏହି ରୋଗ ପ୍ରତିକାର।
————
ଅନାମ ଚରଣ ସାହୁ
ବିଭୁତିପୁର,କାକଟପୁର,ପୁରୀ
ମୋ-୯୯୩୭୨୧୦୨୬୦
