ମୋତେ ମୁରଲୀ କର – ରଙ୍ଗନାଥ ରଥ

ଲେଖକ ପରିଚୟ

ରଙ୍ଗନାଥ ରଥ
ବରଗଡ ବ୍ରିଟ କଲୋନୀ, ଭୁବନେଶ୍ୱର, ଖୋରଧା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ମୋତେ ମୁରଲୀ କର ହେ ମୁରଲୀପାଣି
ବାଜୁଥିବି ଶୁଦ୍ଧସୁରେ ତୋ ମନ ଜାଣି ॥ ୦ ॥

ସେ ସୁର ଝଙ୍କାରେ ହଜିଯାଉ ପ୍ରାଣ
ନାଚିଉଠୁ ଏଇ ମନ ବୃନ୍ଦାବନ,
ପ୍ରେମ ସୁଧା-ଧାରା ଝରୁ ଏ ହୃଦୟେ
ତୋ ପାଦ-କମଳ ଧୋଇବାପାଇଁ
ମୋତେ ମୁରଲୀ କର ହେ ॥ ୧ ॥

ଅନ୍ତରର ଯେତେ କଳୁଷକାଳିମା
ଅଧର ପରଶେ ଚାଲିଯିବ ସିନା,
କୋମଳ ଅଙ୍ଗୁଳି ହରିନେବ ଦୁଃଖ
ନିର୍ମଳ ହେବ ଏ ମରମ ବାଣୀ
ମୋତେ ମୁରଲୀ କର ହେ ॥ ୨ ॥

ଗୁଣ ଗାଇ ହେଉ ମନ ମତୁଆଲା
ରାଧା ଚିତ୍ତ ଯେଉଁ ସୁର ଚୋରି କଲା,
ନୀରସ ପରାଣେ ସରସତା ଦେଇ
ଜଗତ ନାଚୁ ତୋ ନାମକୁ ଶୁଣି
ମୋତେ ମୁରଲୀ କର ହେ ॥ ୩ ॥

ଗୀତିକାର – ଶ୍ରୀ ରଙ୍ଗନାଥ ରଥ
ବଡ଼ଗଡ଼ ବ୍ରିଟ୍, ଭୁବନେଶ୍ୱର -୧୮


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ