ଅତିରୁ ଇତି
ଅତିଦାନାଦ୍ଧତଃ କର୍ଣ୍ଣଃ ଅତିଲୋଭାତ୍ସୁଯୋଧନଃ।
ଅତିକାମାଦ୍ଦଶଗ୍ରୀବ ଅତି ସର୍ବତ୍ର ବର୍ଜୟେତ୍॥
ଭାବାର୍ଥ ―
ଅତ୍ୟଧିକ ଦାନ କରିବା (ପିତୃଦତ୍ତ କବଚ-କୁଣ୍ଡଳ ଦାନ କରିଥିବା ହେତୁ) ଆକାଙ୍କ୍ଷା ରଖି ଦାନବୀର କର୍ଣ୍ଣଙ୍କର ମୃତ୍ୟୁ ହେଲା। ଅତ୍ୟନ୍ତ ଲୋଭାସକ୍ତ (ବିନାଯୁଦ୍ଧେ ନଦେବି ସୂଚ୍ୟଗ୍ର ମେଦିନୀ) ହୋଇ ଦୁର୍ଯ୍ୟୋଧନ ମୃତ୍ୟୁଲାଭ କଲେ। ଅତି କାମାସକ୍ତ ହୋଇ ଦଶଗ୍ରୀବ ରାବଣର ବିନାଶ ହେଲା ଏଣୁ ସବୁଠାରେ ଅତିକୁ ବର୍ଜନ କରିବା ଉଚିତ ।
