ମଜା ମୁଁ ପାଇଲି ଜଗା – ବି.ନିରୁପମା

ଲେଖକ ପରିଚୟ

ବି.ନିରୁପମା
ମାମୁରିଆ, ଛେଣ୍ଡିପଦା, ଅନୁଗୋଳ | ସଦ୍ୟ ପୋଷ୍ଟ

ଏତେ କାଳ ଧରି-ତୋତେ ଭଜିବାର
ମଜା ମୁଁ ପାଇଲି ଜଗା,
ଭାବି ନ ଥିଲି ମୋ ବିଶ୍ୱାସକୁ ଭାଙ୍ଗି
ଦେବୁବୋଲି ମୋତେ ଦଗା ।
ମୋର,କରମ ଏଡ଼ିକି ବାମ;
ଯେ ଯେତେ କହିଲେ ଶୁଣିଲିନି କିଛି
ତୁଣ୍ଡେ ନେଲି ତୋର ନାମ ।(୦)

କେ କହିଲା-ତୁହି ଭାରି କପଟିଆ
ଆପଣା ଲୋକର ସଖା,
କଥାଟି ତୋହର ଭାରି ଚିକ୍କଣିଆ
ସତେ କି ଲହୁଣି ମଖା ।
ଆନ ଜନଙ୍କୁ ତୁ ଇତର ମଣିକି
କରାଉ ଯାହା ଅଭାଗା !(୧)

ଭାବି ନ ଥିଲି ମୋ ବିଶ୍ୱାସକୁ ଭାଙ୍ଗି
ଦେବୁ ବୋଲି ମୋତେ ଦଗା ।

ଏଡ଼େ ବଡ଼ ନାଆଁ ବୋଲାଇ ଦେଖାଉ
ତୁ ପୁଣି ଛୋଟିଆ ପଣ,
ଧୀରେଧୀରେ ଜଣାପଡ଼ି ସରିଲାଣି
ଯେତେକ ଗୁମର ଗୁଣ ।
ଉପରକୁ ସିନା ଏଡ଼େ ନିରିମଳ
ଭିତର ତୋ ଧୂଳିଲଗା ।(୨)

ଭାବି ନ ଥିଲି ମୋ ବିଶ୍ୱାସକୁ ଭାଙ୍ଗି
ଦେବୁବୋଲି ମୋତେ ଦଗା….. (ଘୋଷା)

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
2 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
ରଙ୍ଗନାଥ ରଥ
ବଣମଲ୍ଲୀ ପାଠକ
ରଙ୍ଗନାଥ ରଥ
1 ବର୍ଷ ପୂର୍ବରୁ

ସୁନ୍ଦର ଆତ୍ମନିବେଦନ। ଜୟ ଜଗନ୍ନାଥ।

ଲକ୍ଷ୍ମୀନାରାୟଣ ପଟ୍ଟନାୟକ
ବଣମଲ୍ଲୀ ପାଠକ
ଲକ୍ଷ୍ମୀନାରାୟଣ ପଟ୍ଟନାୟକ
1 ବର୍ଷ ପୂର୍ବରୁ

ଭକ୍ତ ହୃଦୟର ସ୍ୱର