ବରଷା ଗୋ ତୁମେ – ଡକ୍ଟର ଶରତ କୁମାର ଚଉଁରୀ
ବରଷା ଗୋ ତୁମ ଆଗମନେ ଶୁଭେ
ନୂପୁରର ମୃଦୁ ଧ୍ଵନି,
ନିକୁଞ୍ଜ ବନରେ ରହି ନେପଥ୍ୟରେ
ପିକ ଗାଏ ଆବାହନୀ।
ବରଷା ଗୋ ତୁମ ପରଶରେ ବାସେ
ସଜ ମଲ୍ଲୀ ଫୁଲ ବାସ୍ନା,
ବିରହୀ ବୈଶାଖୀ ଉଷ୍ମତା ବରଜି
ଉଦ୍-ଭାସିତ ହୁଏ ଜ୍ୟୋତ୍ସ୍ନା।
ତୁମ ଉପସ୍ଥିତି ଦୂରକରେ ଭୀତି
ତନୁମନ ଶିହରଇ,
ମେଘ ମହ୍ଲାରରେ ଚପଳା ଛନ୍ଦରେ
ନୃତ୍ୟରଚେ ପ୍ରିୟ ପାଇଁ।

ପଢିବାକୁ ଭୁଲନ୍ତୁ ନାହିଁ
ଜୀବନ ଅବଧି ଲାଗି ମହୋଷଧି
ସୃଷ୍ଟି ରକ୍ଷା ସଂଜୀବନୀ,
ମୂମୂର୍ଷୁ ପ୍ରାଣର ସ୍ନିଗ୍ଧ ସୁଧାଝର
ଭୂସ୍ବର୍ଗର ମନ୍ଦାକିନୀ ।
ବରଷା ଗୋ ତୁମେ ସୃଷ୍ଟିକର୍ତ୍ତାଙ୍କର
ଅଲି ଅଳୀ ସୁଶ୍ରୀ କନ୍ୟା,
ସୃଷ୍ଟି ରକ୍ଷା ଲାଗି ନିଜକୁ ଉତ୍ସର୍ଗୀ
ପ୍ରକୃତରେ ତୁମେ ଧନ୍ୟା।
ଡ. ଶରତ କୁମାର ଚଉଁରୀ
ସଂ:- ଶିଶୁ ଦରବାର
ଟିଚର୍ସ କଲୋନୀ, ପିପିଲି, ପୁରୀ

ବର୍ଷାର ତୁଳନା ନାହିଁ ଆପଣଙ୍କ କବିତାରେ ।